ଉତ୍ତରାଖଣ୍ଡରେ ଅଘଟଣ: ଟ୍ରେକିଂ ପାଇଁ ପାହାଡକୁ ଯାଇଥିବାବେଳେ ହେଲା ବରଫ ଝଡ

138

କନକ ବ୍ୟୁରୋ: ପାହାଡକୁ ଟ୍ରେକିଂ ପାଇଁ ଯାଇଥିଲେ । ଆଉ ହଠାତ୍ ହୋଇଥିଲା ବରଫ ଝଡ । ଉତରାଖଣ୍ଡରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ବର୍ଷା ପରେ ହଠାତ ରାଜ୍ୟରେ ଆରମ୍ଭ ହୋଇଛି ତୁଷାରପାତ । ତୁଷାରପାତ ଭିତରେ ମଙ୍ଗଳବାର କିଛି ପର୍ବତାରରୋହୀ ଫଶି ରହିବା ପରେ ଏମାନଙ୍କୁ ଉଦ୍ଧାର କରାଯାଉଛି । ମଙ୍ଗଳବାର ସକାଳୁ ହୋଇଥିବା ବରଫ ଝଡରେ ଫଶିଛନ୍ତି ପର୍ବତାରୋହୀ । ଏମାନଙ୍କ ମଧ୍ୟରେ କିଛି ଟ୍ରେନର ଓ ଟ୍ରେନି ରହିଥିବା ଜଣାପଡିଛି ।

ଘଟଣାସ୍ଥଳରେ ଏନଡିଆରଏଫ, ଏସଡିଆରଏଫ ଟିମ ପହଁଚି ବରଫ ଝଡରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି । ଉତରକାଶୀର ୨୯ଜଣ ପର୍ବତାରୋହୀ ପାହାଡକୁ ଟ୍ରେକିଂ ପାଇଁ ଯାଇଥିଲେ । ହଠାତ୍ ବରଫ ଝଡ ହୋଇଥିଲା । ଆଉ ଫସିଯାଇଥିଲେ ସମସ୍ତ ଯାତ୍ରୀ । ବର୍ତମାନ ସୁଦ୍ଧା ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଆହୁରି ୧୯ ଜଣ ନିଖୋଜ ଅଛନ୍ତି । ଟୁଇଟ କରି ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ମରସିଂ ଧାମୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।