ଆସନ୍ତା ୬ ଘଣ୍ଟା ଭିତରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ସିତ୍ରାଙ୍ଗ । ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ କରୁଛି ଗତି ।

164

କନକ ବ୍ୟୁରୋ: କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ସିତ୍ରାଙ୍ଗ ସକ୍ରିୟ ରହିଛି । ଗତ ୬ ଘଣ୍ଟା ହେଲା ବାତ୍ୟା ସିତ୍ରାଙ୍ଗ ଘଣ୍ଟା ପ୍ରତି ୩୧ କିଲୋମିଟର ବେଗରେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତା ୬ ଘଣ୍ଟା ଭିତରେ ସିତ୍ରାଙ୍ଗ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସାମୁଦ୍ରିକ ଝଡ ସିତ୍ରାଙ୍ଗ ଏବେ ସାଗର ଦ୍ୱୀପପୁଞ୍ଜ ଠାରୁ ୩୦୦ କିଲୋମିଟର ଦୂରେ ରହିଛି । ସେହିପରି ବାଂଲାଦେଶର ବାରିସାଲ ଉପକୂଳରୁ ବାତ୍ୟା ଏବେ ୩୯୦ କିଲୋମଟିରେ ଦୂରରେ ଅଛି । ଉତ୍ତର-ପୂବ ର୍ ଦିଗରେ ଏହି ସାମୁଦ୍ରିକ ଝଡ ଗତି କରି ଆସନ୍ତା ୨୫ ତାରିଖରେ ବାଂଲାଦେଶ ଉପକୂଳ ଛୁଇଁବା ବୋଲି ପୂର୍ବାନୁମାନ କରାଯାଉଛି । ସମୁଦ୍ର ମଧ୍ୟରେ ପବନର ବେଗ ବର୍ତମାନ ଘଣ୍ଟାପ୍ରତି ୭୦ କିମିରୁ ୮୦ କିମି ଏବଂ ସର୍ବାଧିକ ପବନର ବେଗ ଘଣ୍ଟାକୁ ୯୦ କିମି ରହଛି । ଯେତେବେଳେ ବାତ୍ୟା ଭୀଷଣ ବାତ୍ୟାର ରୂପ ନେବ । ସେହି ସମୟରେ ପବନର ବେଗ ୯୦ କିମିରୁ ୧୦୦ କିମି ଏବଂ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବାର ସମ୍ଭାବନା ରହିଛି ।