ତୁଟିଲା ସିଙ୍ଗିଙ୍ଗ ଷ୍ଟାର ଶ୍ରେୟା-ହ୍ୟୁମାନଙ୍କ ପାରିବାରକ କଳି: କଟକ ମହିଳା ଥାନାରେ ହେଲା ଆପୋଷ ବୁଝାମଣା

18,347

କନକ ବ୍ୟୁରୋ: ତୁଟିଲା ଓଡିଶା ସିଙ୍ଗିଙ୍ଗ ଷ୍ଟାର ହ୍ୟୁମାନ ସାଗର ଓ ପତ୍ନୀ ଶ୍ରେୟାଙ୍କ ପାରିବାରିକ ବିବାଦ । ଆପୋଷ ବୁଝାମଣା ପରେ ପ୍ରତିକ୍ରିୟା ରଖିଲେ ଉଭୟ ପକ୍ଷ । ହ୍ୟୁମାନ କହିଲେ, ଆମ ଭିତରେ ବିବାଦ ତୁଟିଲା, ଆମେ ଖୁବଶୀଘ୍ର ଏକାଠି ହେବୁ । ସେହିପରି ଶ୍ରେୟା କହିଲେ, ଛୋଟ ଭୁଲ ବୁଝାମଣା ଥିଲା, ଏବେ ଆମେ ଦୁହେଁ ଏକାଠି ହୋଇଛି । କିଛିଦିନ ତଳେ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଥିଲେ ପତ୍ନୀ ଶ୍ରେୟା । ଏନେଅ ସେ ଥାନାରେ ଅଭିଯୋଗ କରିଥିଲେ ।