୮୫ବର୍ଷର ବରକୁ ୩୨ ବର୍ଷର କନିଆ: ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନି

300

କନକ ବ୍ୟୁରୋ: ନିଜଠାରୁ ୫୩ ବର୍ଷ କମ ସାଂସଦଙ୍କୁ ବିବାହ କରିବାକୁ ଯାଉଛନ୍ତି ଇଟାଲିର ପୁବର୍ତନ ପ୍ରଧାନମନ୍ତ୍ରୀ । ଇଟାଲିର ୮୫ ବର୍ଷିୟ ପୁର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନି ୩୨ ବର୍ଷିୟ ମହିଳା ସାଂସଦ ମାର୍ତା ଫାସିନାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଇଟାଲି ରାଜଧାନୀ ମିଲାନରେ ଏନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଯେଉଁଥିରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେଇଛନ୍ତି । ତାଙ୍କ ନିଜ ପାର୍ଟିର ସାଂସଦ ମାର୍ତା ଫାସିନାଙ୍କ ସହ ନୂଆ ସମ୍ପର୍କ ସ୍ଥାପନ କରିବା ପାଇଁ ୧୨ ବର୍ଷ ଧରି ଡେଟ କରୁଥିବା ପ୍ରେମିକାଙ୍କୁ ବାଏ ବାଏ କହିଛନ୍ତି ସିଲଭିଓ ବେର୍ଲୁସ୍କୋନ । ସେପଟେ ସିଲଭିଓ ବେର୍ଲୁସ୍କୋନିଙ୍କ ଏହି ନିଷ୍ପତିକୁ ତାଙ୍କ ପୁଅ ମାନେ ବିରୋଧ କରିଥିବା ଜଣାପଟିଛି ।

ଇଟାଲିର ପୁର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନିଙ୍କ ପ୍ରେମ ସମ୍ପର୍କକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା ହେଉଛି । ବେର୍ଲୁସ୍କୋନିଙ୍କ ବୟସ ୮୫ ହୋଇଥିବା ବେଳେ ସେ ବିବାହ କରିବାକୁ ଯାଉଥିବା ମହିଳାଙ୍କ ବୟସ ମାତ୍ର ୩୨ବର୍ଷ । ତେବେ ନିଜଠୁ ୫୩ ବୟସ କମ ସାଂସଦଙ୍କୁ କଣ ପାଇଁ ବିବାହ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ,

– ସିଲଭିଓ ବେର୍ଲୁସ୍କୋନି ଓ ସାଂସଦ ମାର୍ତା ଫାସିନା ପରସ୍ପରକୁ ପ୍ରେମ କରୁଛନ୍ତି
– ୨୦୨୦ ମସିହାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା
– ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଲଭିଓ ବେର୍ଲୁସ୍କୋନି ପୂର୍ବରୁ ବିବାହିତ
– ପୂର୍ବରୁ ଦୁଇ ଦୁଇ ଥର ବିବାହ କରି ସାରିଛନ୍ତି ବେର୍ଲୁସ୍କୋନି
– ତାଙ୍କର ଦୁଇଟି ପୂର୍ବତନ ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି

ସିଲଭିଓ ବେର୍ଲୁସ୍କୋନିଙ୍କ ସମ୍ପତି ୪୧୭ ଅରବ ଟଙ୍କାରୁ ଅଧିକ । ବିବାହ ପରେ ସାଂସଦ ମାର୍ତା ଫାସିନା ମଧ୍ୟ ତାଙ୍କ ସମ୍ପତିର ସମାନ ଅଧିକାରୀ ହେବେ । ଯାହାକୁ ନେଇ ତାଙ୍କ ପରିବାର ଏହି ବିବାହ ନିଷ୍ପତିକୁ ବିରୋଧ କରୁଥିବା ଜଣାପଡିଛି ।