ଗିରଫ ହେଲେ ମାଲକାନଗିରିର କୋଟିପତି ଇଞ୍ଜିନିୟର । ଆଶିଷ ଦାଶଙ୍କୁ ଗିରଫ କଲା ଭିଜିଲାନ୍ସ ।

103

କନକ ବ୍ୟୁରୋ : ଗିରଫ ହେଲେ କୋଟିପତି ଇଞ୍ଜିନିୟର । ଗିରଫ ହୋଇଛନ୍ତି ମାଲକାନଗିରିର କୋଟିପତି ଇଞ୍ଜିନିୟର । ଇଞ୍ଜିନିୟର ଆଶିଷ କୁମାର ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ଥିଲେ ଏହି ଇଞ୍ଜିନିୟର ବାବୁ । ତାଙ୍କ ନିକଟରୁ ନଗଦ ୧.୩୯ କୋଟି ଟଙ୍କା ଜବତ ହୋଇଛି । ତେବେ ଏତେ ଟଙ୍କା ଜବତ କରିବାରେ ଓଡ଼ିଶା ଭିଜିଲାନ୍ସରେ ଏହା ପ୍ରଥମ ।

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ହୋଇଥିବା ରେଡ, ସମସ୍ତଙ୍କୁ ଚକିତ କରିଦେଇଛି । କେଜି କେଜି ସୁନା ବାହାରୁଛି, ଘରୁ କୋଟି କୋଟି ନଗଦ ଅର୍ଥ ମିଳୁଛି । ଏତେ ଟଙ୍କା ଆସିଲା କେଉଁଠୁ, ବିକାଶମୂଳକ କାର୍ଯ୍ୟରେ ପିସି ନେଇ ଏକ ରାଜକୀୟ ଜୀବନ ବଞ୍ଚୁଥିଲେ କି ଏହି ବାବୁ ଜଣକ । ମାଲକାନଗିରି ଗ୍ରାମ୍ୟ ନିର୍ମାଣ ବିଭାଗ ଜୋନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଟଙ୍କା ଦେଖି ଖାଲି ଭିଜିଲାନ୍ସ ନୁହେଁ, ସାରା ଓଡିଶା ଆଶ୍ଚର୍ଯ୍ୟ ହୋଇଯାଇଛି । ପ୍ରାୟ ୧ ଲକ୍ଷ ଟଙ୍କା ଦରମା ପାଉଥିବା ଅଧୀକ୍ଷଣ ଯନ୍ତ୍ରୀ ଏତେ ବିପୁଳ ସମ୍ପତିର ମାଲିକ କେମିତି ହେଲେ ତାହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ତାଙ୍କ ଘରେ ଯୁଆଡେ ଦେଖିବେ, ଖାଲି ପୁଳା ପୁଳା ଟଙ୍କା ।