ଓଭାଲରେ ଗର୍ଜିଲେ ଗବର ! ବିଶ୍ୱକପରେ ଧମାଲ କଲେ ଧୱନ, ଶିଖରଙ୍କ ୧୭ତମ ଶତକ ସହ ଦୃଢ ସ୍ଥିତିରେ ଭାରତ ।

149

କନକ ବ୍ୟୁରୋ : ୨୦୧୯ କ୍ରିକେଟ ବିଶ୍ୱକପର ନିଜ ଦ୍ୱିତୀୟ ମ୍ୟାଚରେ ଆଜି ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆକୁ ଭେଟୁଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି । ଆଉ ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ ।

ଓଭାଲରେ ଗର୍ଜିଲେ ଗବର । ଧମାଲ କଲେ ଧୱନ । ଦିନିକିଆ କ୍ରିକେଟରେ ୧୭ତମ ଶତକ ହାସଲ କରିଛନ୍ତି ଶିଖର ଧୱନ । ରିପୋର୍ଟ ଲେଖା ହେବା ସୁଦ୍ଧା ଧୱନ ୧୦୦ଟି ବଲରୁ ୧୫ଟି ଚୌକା ସହ ୧୦୯ କରି ଅପରାଜିତ ରହିଛନ୍ତି । ସେହିପରି ଭାରତ ବର୍ତ୍ତମାନ ସୁଦ୍ଧା ୩୪ ଓଭରରେ ଗୋଟିଏ ଓି୍ୱକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଛି ।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବିଶ୍ୱକପ୍‌ର ୧୪ ତମ ମ୍ୟାଚ୍‌ରେ ଶିଖର ଧାଓ୍ଵନ ରବିବାର ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ (୧୦୦ ରନ, ୯୫ ବଲ, ୧୩ ଚୌକା) ହାସଲ କରିଛନ୍ତି। ପୂର୍ବରୁ ଧାଓ୍ଵନ ଆଜି ୫୩ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ।  ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଆରମ୍ଭରୁ ମନ୍ଥର ଗତିରେ ଖେଳି ଧୀରେ ଧୀରେ ରନ୍‌ ସ୍କୋର ହାର ଆଗକୁ ବଢ଼ାଇଥିଲେ।