ନିତିଶଙ୍କ ବଡ ନିଷ୍ପତି: ବିହାର ବ୍ୟତୀତ ଏନଡିଏ ସହ ଜେଡିୟୁର ରହିବନି କୌଣସି ସଂପର୍କ, ଏକାକୀ ଲଢିବ ନିର୍ବାଚନ

263

କନକ ବ୍ୟୁରୋ: ବିହାର ରାଜଧାନୀ ପାଟନାରେ ହୋଇଥିବା ଏକ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ବିହାର ଛଡ଼ା ଏନ୍‌ଡିଏ ସହିତ ଜନତା ଦଳ(ୟୁ)ର କୌଣସି ସଂପର୍କ ନାହିଁ। ଦିଲ୍ଲୀ, ହରିଆଣା, ଝାଡଖଣ୍ଡ ଓ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନକୁ ଜେଡିୟୁ ଦଳ ଏକାକୀ ଲଢ଼ିବ।

ଏଥିରେ ଦଳକୁ କାହାରି ସହାୟତା ଆବଶ୍ୟକ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଉଲ୍ଲେଖ ଥାଉ କି,ଜେଡିୟୁ ଦଳ ଗତ ଲୋକସଭା ନିର୍ବାଚନରେ ୧୬ଟି ଆସନ ଜିତିଥିବା ବେଳେ ମନ୍ତ୍ରିମଣ୍ଡଳରେ ଦଳକୁ ମାତ୍ର ଗୋଟିଏ ଆସନ ମିଳିଥିବା ହେତୁ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।