ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

83

କନକ ବ୍ୟୁରୋ : ନିବେଶକଙ୍କୁ ଭେଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇନଭେଷ୍ଟର ମିଟସରେ ଯୋଗ ଦେବାକୁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ କମ୍ପାନୀର ପ୍ରମୁଖ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି ।

ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଅଧିକାରୀ, ଭାରତ ବାୟୋଟିକ କମ୍ପାନୀର ଡକ୍ଟର କ୍ରିଷ୍ଣା ଇଲା ଏବଂ ଶ୍ରୀମତୀ କ୍ରିଷ୍ଣା ଇଲାଙ୍କୁ ଭେଟିଛନ୍ତି ନବୀନ । କରୋନା ଟିକା କୋଭାକ୍ସିନର ନିର୍ମାତା ହେଉଛି ଭାରତ ବାୟୋଟେକ । ମିଳିଥିବା ସୂଚନା ଅନୁସାରେ ନବୀନ ପଟ୍ଟନାୟକ ୩୧ଟି କମ୍ପାନୀର ପ୍ରମୁଖ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଆଇଟି, ଔଷଧ ନିର୍ମାତା କମ୍ପାନୀ ଭଳି କମ୍ପାନୀ ରହିଛି ।