ହିମାଚଳ ପ୍ରଦେଶରେ ଭୟଙ୍କର ଅଘଟଣ । ଭୂସ୍ଖଳନରେ ଦବିଲା ଶିବ ମନ୍ଦିର, ଦବିଗଲେ ୫୦ରୁ ଅଧିକ ଶ୍ରଦ୍ଧାଳୁ ।

951

କନକ ବ୍ୟୁରୋ: ହିମାଚଳ ପ୍ରଦେଶର ଶିମଲାର ଭୟଙ୍କର ଅଘଟଣ । ପ୍ରବଳ ବର୍ଷା ପରେ ହେଲା ଭୂସ୍ଖଳନ । ଏହି ଭୟଙ୍କର ଭୂସ୍ଖଳନରେ ସେଠାକାର ଏକ ମନ୍ଦିର ଭୁଶୁଡି ପଡିଛି । ଯାହା ଫଳରେ ୫୦ରୁ ଅଧିକ ଲୋକ ଏହା ଭିତରେ ଚାପି ହେଇ ରହିଥିବା ଖବର ମିଳିଛି । ଭୂସ୍ଖଳନ ପରେ ସେଠାରେ ବର୍ତ୍ତମାନ ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି । କୁହାଯାଉଛି ଶ୍ରାବଣ ସୋମବାର ପାଇଁ ଶିବ ମନ୍ଦିରରେ ଭିଡ ଥିଲା । ଏହି ସମୟରେ ଭୂସ୍ଖଳନ ହେବାରୁ ଭକ୍ତମାନେ ମାଟି ତଳେ ଚାପି ହେଇଯାଇଛନ୍ତି ।

ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ପ୍ରକୃତିର ତାଣ୍ଡବ ଜାରି ରହିଛି । ବାଦଲ ଫଟା ବର୍ଷା ପରେ ଅନେକ ଜାଗାରେ ଭୂସ୍ଖଳନ ଘଟିଛି । ଖାଲି ସେତିକି ନୁହେଁ ଉତ୍ତରାଖଣ୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଦୁଇ ରାଜ୍ୟକୁ ଏବେ ଆଲର୍ଟରେ ରଖାଯାଇଛି । ତେବେ ମଣ୍ଡିଠାରେ ବ୍ୟାସ ନଦୀ ଭୟଙ୍କର ଭାବେ ପ୍ରବାହିତ ହେଉଛି ଅନ୍ୟପଟେ ଅଳକାନନ୍ଦାର ଲହଡି ଦେଖି ବି ମନରେ ଛନକା ପଶୁଛି ।

ଏହାପୂର୍ବରୁ ହିମାଚଳର ସୋଲନେରେ ବାଦଲଫଟା ବର୍ଷା ଦେଖିବାକୁ ମିଳିଥିଲା । ଯେଉଥିରେ କି ୭ ଜଣ ଲୋକ ପ୍ରାଣ ହରାଇଥିଲେ । ତେବେ ୬ ଜଣ ଲୋକଙ୍କୁ ଉଦ୍ଧାରକାରୀ ଦଳ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଥିଲା ।