ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ : ଭାରତ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଲା; ଏପଟେ ବୁମରା ଏକ ନମ୍ବର ବୋଲର

212

କନକ ବ୍ୟୁରୋ : ଦିନିକିଆରେ ପାକିସ୍ତାନକୁ ପଛରେ ପକାଇଲା ଭାରତ । ଭାରତ ୧୦୮ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଉଠିଯାଇଛି । ପାକିସ୍ତାନ ୧୦୬ ପଏଣ୍ଟ ସହ ୪ ର୍ଥ ସ୍ଥାନକୁ ଖସି ଯାଇଛି । ଭାରତ ମଙ୍ଗଳବାର ମ୍ୟାଚରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଥିଲା । ଯଶପ୍ରୀତ ବୁମ୍ରାଙ୍କ ୬ ୱିକେଟ ସଫଳତା ଯୋଗୁ ଇଂଲଣ୍ଡ ୧୧୦ରେ ଅଲଆଉଟ ହୋଇଯାଇଥିଲା । ଟିମ ଇଣ୍ଡିଆ ୧୧୧ ରନର ଟାର୍ଗେଟକୁ ବିନା କୌଣସି ୱିକେଟ ହରାଇ ୧୮୮ ବଲ ପୂର୍ବରୁ ହାସଲ କରି ନେଇଥିଲା ।

ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି । ୧୪ ତାରିଖରେ ଦ୍ୱିତୀୟ ମ୍ୟାଚ୍ ଖେଳଯିବ । ଅନ୍ୟପକ୍ଷରେ ପୂର୍ବଭଳି ନ୍ୟୁଜିଲ୍ୟାଣ୍ଡ ଦିନିକିଆ ରାଙ୍କିଙ୍ଗରେ ତା’ର ଦବଦବା ଜାରି ରଖିଛି । ୧୨୬ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ୧ନଂ ସ୍ଥାନରେ ଥିବା ବେଳେ ୧୨୨ ପଏଣ୍ଟ ସହ ଇଂଲଣ୍ଡ ଦ୍ୱିତୀୟରେ ରହିଛି । ୧୦୧ ଏପଣ୍ଟ ସହ ଅଷ୍ଟ୍ରେଲିଆ ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଦକ୍ଷିଣ ଆଫ୍ରିକା, ୭ମରେ ବାଂଲାଦେଶ, ୮ମରେ ଶ୍ରୀଲଙ୍କା, ୯ମରେ ୱେଷ୍ଟଇଣ୍ତିଜ ଓ ୧୦ମ ସ୍ଥାନରେ ଆଫଗାନିସ୍ତାନ ରହିଛି । ଏଥିସହ ବୁମରା ଆଇସିସି ଦିନିକିଆ ରାଙ୍କିଂରେ ପ୍ରଥମ ସ୍ଥାନ ଉଠିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୫ ମ ସ୍ଥାନରେ ଅଛନ୍ତି ।