ଶାସକ ଦଳ ଉପରେ ସନ୍ଦେହ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ! କହିଲେ,ନିର୍ବାଚନ ଫଳାଫଳ ଗଡବଡ କରିବା ପାଇଁ ବିଜେଡି କରୁଛି ପ୍ରୟାସ

27

କନକ ବ୍ୟୁରୋ : ନିର୍ବାଚନ ଫଳାଫଳର ବିଧିବଦ୍ଧ ଘୋଷଣା ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଶାସକ ଦଳ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛନ୍ତି ।

କିଛି ସରକାରୀ ଅଧିକାରୀମାନେ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିବା ଧର୍ମେନ୍ଦ୍ର କହିଛନ୍ତି । ଫଳାଫଳରେ ଗଡ଼ବଡ଼ କରିବା ପାଇଁ ସରକାରୀ କଳକୁ ଦୂରୁପଯୋଗ କରିଯାଉଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଏଥିପାଇଁ ନିର୍ବାଚନ କମିଶନ ହସ୍ତକ୍ଷେପ ଦାବି କରିଛି ବିଜେପି ।