ପୁରୀ ଗଙ୍ଗାମଠର ଗୁପ୍ତ ସୁଡଙ୍ଗକୁ ନେଇ ଚର୍ଚ୍ଚା। ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ।

85

କନକ ବ୍ୟୁରୋ:  ଶ୍ରୀମନ୍ଦିର ନିକଟ ୫୫୦ ବର୍ଷର ପୁରୁଣା ଗଙ୍ଗାମାତା ମଠର ଏହି ସୁଡଙ୍ଗକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଏହି ରହସ୍ୟମୟ ସୁଡଙ୍ଗକୁ ନେଇ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ବଢିବାରେ ଲାଗିଛି । କୁହାଯାଉଛି ଏହି ସୁଡଙ୍ଗରୁ ଶ୍ରୀମନ୍ଦିର ଗର୍ଭଗୃହକୁ ରାସ୍ତା ରହିଛି, ବାଲି ନଅରକୁ ରାସ୍ତା ଲମ୍ବିଛି, ଅଷ୍ଟଶମ୍ଭୁ ମନ୍ଦିରକୁ ମଧ୍ୟ ରାସ୍ତା ରହିଛି । କିମ୍ବଦନ୍ତି ଅଛି ଏହି ସୁଡଙ୍ଗ ଦେଇ ରାଜାରାଣୀ ଗୋପନରେ ଶ୍ରୀମନ୍ଦିରକୁ ଯାତାୟତ କରୁଥିଲେ । ସରକାର ଓ ପ୍ରତ୍ନତାତ୍ୱିକ ବିଭାଗର ଉଦାସିନତା ଯୋଗୁଁ ଏହି ରହସ୍ୟମୟ ସୁଡଙ୍ଗର ରହସ୍ୟ ଉନ୍ମୋଚନ ହୋଇପାରୁ ନାହିଁ ।

କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଗଙ୍ଗାମାତା ମଠର ଏହି ସୁଡଙ୍ଗର ରହସ୍ୟ ଉନ୍ମୋଚନ ଓ ବିକାଶ ପରିକଳ୍ପନା କରାଯାଇଥିଲା । ଅରବିନ୍ଦ ଅଗ୍ରୱାଲ ଜିଲ୍ଲପାଳ ଥିବା ସମୟରେ ଏହି ରହସ୍ୟ ଭେଦ କରିବାକୁ ଏକ କମିଟି ଗଠନ ହୋଇଥିଲ । ଗବେଷକମାନେ ସୁଡଙ୍ଗ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ ବି କରିଥିଲେ । କିନ୍ତୁ ଅମ୍ଲଜାନ ଅଭାବ ଓ ଅନ୍ଧାର କାରଣରୁ ସୁଡଙ୍ଗ ଭିତରେ ପ୍ରବେଶ ସମ୍ଭବ ହୋଇପାରିନଥିଲା । ଫଳରେ ଏହି ଯୋଜନାକୁ ଅଧାରୁ ବାତିଲ କରାଯାଇଥିବା କୁହାଯାଉଛି । ଗଙ୍ଗାମାତା ମଠରେ ଏହି ପ୍ରାଚୀନ ସୁଡଙ୍ଗ ବେଶ ପୁରୁଣା, ଏହା ପଛରେ ଥିବା ଇତିହାସକୁ, ଓଡିଶାର ଗୌରବମୟ ଐତିହାସିକ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ଦାବି ହେଉଛି