ତୁର୍କୀରେ ଭୂକମ୍ପର ଦ୍ୱିତୀୟ ଝଟକା। ଭୁଶୁଡିଲା ୨୮୧୮ଟି କୋଠା।

121

କନକ ବ୍ୟୁରୋ: ଦ୍ୱିତୀୟ ଥର ପାଇଁ ଭୂକମ୍ପରେ ଥରିଲା ତୁର୍କୀ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ ହୋଇଛି । ଏଥିରେ ୨୮୧୮ଟି କୋଠା ଭୁଶୁଡିଥିବା ଜଣାପଡିଛି ।

ପୂର୍ବରୁ ସୋମବାର ଭୋର ୪ଟା ୧୭ ମିନିଟ୍ରେ ପ୍ରଥମ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଏଭୟ ତୁର୍କୀ ଓ ସିରିଆରେ ୭.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଏହି ଦୁଇଟି ଦେଶରେ ଭୟଙ୍କର ପ୍ରଳୟ ଦେଖିବାକୁ ମିଳିଛି । ବଡ ବଡ କୋଠା, ଆଖି ତାସ ଘର ପରି ଭାଙ୍ଗି ଯାଇଛି । ୨୨ଶହ ବର୍ଷର ଐତିହାସିକ ପ୍ୟାଲେସ୍ ଭାଙ୍ଗି ଧୂଳିସାତ ହୋଇଯାଇଛି । ଇସ୍ରାଏଲ ଓ ଲେବାନନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତୁର୍କୀରେ ୩ଶହରୁ ଅଧିକ ମୃତଦେହ ଉଦ୍ଧାର ହୋଇ ସାରିଲାଣି । ସେହିପରି ସିରିୟାରେ ବି ୨୫୦ ଟପି ସାରିଲାଣି ମୃତଙ୍କ ସଂଖ୍ୟା । ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିପାରେ ବୋଲି ଅନୁମାନ କରାଯାଉଛି ।

ସୋମବାର ଭୋର ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି । ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର ବିଭିନ୍ନ ଭୟଙ୍କର ଚିତ୍ର ଏବେ ସାମନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ଭୂକମ୍ପର ପ୍ରଥମ ଝଟ୍କା ପରେ ତୁର୍କୀରେ ଲଗାତାର ଭାବେ ୧୮ ଥର ଛୋଟ ବଡ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଯାହା ଫଳରେ କ୍ଷୟକ୍ଷତି ଅଧିକ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ମାତ୍ର ୩୦ ମିଟିନ୍ ଭିତରେ ୩ଟି ବଡ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କେବଳ ସେତିକି ନୁହେଁ ତୁର୍କୀକୁ ଏବେ ସୁନାମି ଆଲର୍ଟ ମଧ୍ୟ ହୋଇଛି । ଭୂକମ୍ପ ପରେ ଏବେ ସମୁଦ୍ର ତଳେ ବି ଭୂକମ୍ପ ହୋଇ ସୁନାମି ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେଥିପାଇଁ ସମୁଦ୍ରକୂଳିଆ ସହରଗୁଡିକରେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି ।