୧,୩୦୦ରେ ପହଞ୍ଚିଲା ତୁର୍କୀ-ସିରିୟା ଭୂମିକମ୍ପ ମୃତ୍ୟୁ ସଂଖ୍ୟା: ୫ ହଜାର ଲୋକ ଆହତ, ଭାଙ୍ଗିଗଲା ୩ ହଜାର ଘର

95

କନକ ବ୍ୟୁରୋ: ତୁର୍କୀ-ସିରିୟାରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ୧୩୦୦ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ୫, ୩୮୦ ଲୋକ ଏଥିରେ ଆହତ ହୋଇଥିବା ବେଳେ ୨, ୮୧୮ଟି ଅଟ୍ଟାଳିକା ମାଟିରେ ମିଶିଯାଇଛି । ତେବେ ଘର ଭାଙ୍ଗିବା ଯୋଗୁଁ ଅନେକ ଲୋକ ଫଶି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଏଯାଏଁ ୨,୪୭୦ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଆଜି ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଆଉ ସିରିୟା । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ଉଭୟ ତୁର୍କୀ ଓ ସିରିଆରେ ୭.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ଏହି ଦୁଇଟି ଦେଶରେ ଭୟଙ୍କର ପ୍ରଳୟ ଦେଖିବାକୁ ମିଳିଛି । ବଡ ବଡ କୋଠା, ଆଖି ତାସ ଘର ପରି ଭାଙ୍ଗି ଯାଇଛି । ୨୨ଶହ ବର୍ଷର ଐତିହାସିକ ପ୍ୟାଲେସ୍ ଭାଙ୍ଗି ଧୂଳିସାତ ହୋଇ ଯାଇଛି । ଇସ୍ରାଏଲ ଓ ଲେବାନନ୍ରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ତୁର୍କୀରେ ୩ଶହ ରୁ ଅଧିକ ମୃତ ଦେହ ଉଦ୍ଧାର ହୋଇ ସାରିଲାଣି । ସେହିପରି ସିରିୟାରେ ବି ୨୫୦ ଟପି ସାରିଲାଣି ମୃତଙ୍କ ସଂଖ୍ୟା । ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପି ପାରେ ବୋଲି ଅନୁମାନ କରାଯାଉଛି । ସୋମବାର ଭୋର ଦକ୍ଷିଣ ତୁର୍କୀର ଗଜିୟାଟେଂପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ବଡ ବଡ ବିଲ୍ଡିଂ ସବୁ ଦବି ଯାଇଥିବା ବେଳେ ବହୁ ଉଚ୍ଚ ଅଟ୍ଟଳିକା ଭାଙ୍ଗିଯାଇଛି ।

ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂମିକମ୍ପର ବିଭିନ୍ନ ଭୟଙ୍କର ଚିତ୍ର ଏବେ ସାମନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ଭୂକମ୍ପର ପ୍ରଥମ ଝଟକା ପରେ ତୁର୍କୀରେ ଲଗାତାର ଭାବେ ୧୮ ଥର ଛୋଟ ବଡ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହା ଫଳରେ କ୍ଷୟକ୍ଷତି ଅଧିକ ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ମାତ୍ର ୩୦ ମିଟିନ୍ ଭିତରେ ୩ଟି ବଡ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କେବଳ ସେତିକି ନୁହେଁ ତୁର୍କୀକୁ ଏବେ ସୁନାମି ଆଲର୍ଟ ମଧ୍ୟ ହୋଇଛି । ଭୂକମ୍ପ ପରେ ଏବେ ସମୁଦ୍ର ତଳେ ବି ଭୂକମ୍ପ ହୋଇ ସୁନାମି ସ୍ଥିତି ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେଥିପାଇଁ ସମୁଦ୍ରକୂଳିଆ ସହରଗୁଡିକରେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି ।

ତୁର୍କୀରେ ପ୍ରକୃତିର ତାଣ୍ଡବ
୩୦ ମିନିଟ୍ରେ ୩ ଥର ଭୂକମ୍ପ
ଭୋର ୪ଟା ୧୭ ମିନିଟରେ ୭.୮ ତୀବ୍ରତାର ଝଟକା
ଭୋର ୪ଟା ୨୮ ମିନିଟରେ ୬.୭ ତୀବ୍ରତାର ଦ୍ୱିତୀୟ ଭୂକମ୍ପ ଝଟକା
ଭୋର ୪ଟା ୪୭ ମିନିଟରେ ୫.୬ ତୀବ୍ରତା ବିଶିଷ୍ଟ ତୃତୀୟ ଝଟକା

ଭୂକମ୍ପର କେତେ ତୀବ୍ରତାରେ କେମିତି ପଡେ ପ୍ରଭାବ?
– ୦ ରୁ ୧.୯ ରିକ୍ଟର ସ୍କେଲ ତୀବ୍ରତା କେବଳ ସିସ୍ମୋଗ୍ରାଫରେ ଜଣାପଡେ
– ୨ ରୁ ୨.୯ ରିକ୍ଟର ସ୍କେଲ ତୀବ୍ରତାରେ ହାଲୁକା କମ୍ପନ
– ୩ ରୁ ୩.୯ ରିକ୍ଟର ସ୍କେଲ ତୀବ୍ରତାରେ ଆପଣଙ୍କୁ ସାମାନ୍ୟ ଦୋହଲାଇଦେଇପାରେ
– ୪ ରୁ ୪.୯ ରିକ୍ଟର ସ୍କେଲ ତୀବ୍ରତାରେ କାଚ ଝରକା ଭାଙ୍ଗିପାରେ, କାନ୍ଥରେ ଟଙ୍ଗା ହୋଇଥିବା ଫ୍ରେମ ଖସିପାରେ
– ୫ରୁ ୫.୯ ରିକ୍ଟର ସ୍କେଲ ତୀବ୍ରତାରେ ଭାରି ସାମଗ୍ରୀ ବି ଦୋହଲି ଯାଏ
– ୬ ରୁ ୬.୯ ରିକ୍ଟର ସ୍କେଲ ତୀବ୍ରତାରେ ଘରର ନିଅଁ ଦୋହଲିଯାଏ
– ୭ ରୁ ୭.୯ ରିକ୍ଟର ସ୍କେଲ ତୀବ୍ରତାରେ ବଡ଼ ବଡ଼ କୋଠା ବି ଭୁଷୁଡିଯାଏ
– ୮ରୁ ୮.୯ ରିକ୍ଟର ସ୍କେଲ ତୀବ୍ରତାରେ କୋଠା ସମେତ ବିଶାଳ ପୋଲ ବି ଭାଙ୍ଗିଯାଏ
– ୯ରୁ ଅଧିକ ତୀବ୍ରତାରେ ପୁରା ପ୍ରଳୟ ଆଣିଥାଏ

ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ
ତୁର୍କୀରେ ୭.୮ ତୀବ୍ରତାର ଭୂକମ୍ପ ଝଟକା
ବଡ଼ ଝଟ୍କା ପରେ ୧୮ ଥର ଆହୁରି ଝଟକା ଅନୁଭୂତ
ତୁର୍କୀର ଗାଜିୟାଂଟେପ୍ରେ ଭୂକମ୍ପର କେନ୍ଦ୍ର
ଭୂପୃଷ୍ଠରୁ ୯.୯ କିଲୋମିଟର ତଳେ ଭୂକମ୍ପ କେନ୍ଦ୍ର
୧୦ଟି ସହରରେ ଭୟଙ୍କର ପ୍ରଳୟ
ଭାଙ୍ଗିଲା ୧୭ଶହରୁ ଅଧିକ ଘର
ତୁର୍କୀରେ ୧୦୦୦ ଛୁଇଁପାରେ ମୃତ୍ୟୁ ସଂଖ୍ୟା
୧୦୦ ବର୍ଷ ପରେ ଏଭଳି ଭୟଙ୍କର ଭୂକମ୍ପ ଅନୁଭୂତ
ସିରିଆ ଓ ଇସ୍ରାଏଲ୍ରେ ବି ଭୂକମ୍ପର ପ୍ରଭାବ

ତୁର୍କୀ ଭୂକମ୍ପର କାରଣ?
– ଭୂପୃଷ୍ଠ ତଳେ ଥିବା ବିଭିନ୍ନ ସ୍ତର ଗୁଡିକର ସ୍ଥାନ ପରିବର୍ତନରେ ଦୋହଲିଯାଏ ମାଟି
– ତୁର୍କୀର ଭୂପୃଷ୍ଠ ତଳେ ରହିଛି ଏନାଟୋଲିୟନ୍ ପ୍ଲେଟ୍
– ଏନାଟୋଲିୟନ୍ ପ୍ଲେଟ୍ ଭୂପୃଷ୍ଠ ତଳରର ଏକ ସ୍ତର
– ଏହା ଲଗାତାର ଭାବେ ଗତି କରୁଛି
– ଘଂଟାର ବିପରିତ ଦିଗରେ ଗତି କରୁଛି ଏନାଟୋଲିୟନ୍ ପ୍ଲେଟ୍
– ଏନାଟୋଲିୟନ୍ ପ୍ଲେଟ ଆରବିୟାନ ପ୍ଲେଟ୍ ଧକ୍କା ଦେଉଛି
– ଫଳରେ ମାଟି ତଳେ ଆଉ ଏକ ପ୍ଲେଟ୍କୁ ଧକ୍କା ଦେଉଛି ଏନାଟୋଲିୟନ୍ ପ୍ଲେଟ୍
– ୟୁରେସିଅନ୍ ପ୍ଲେଟ୍କୁ ଧକ୍କା ଦେବା ଫଳରେ ତୁର୍କୀରେ ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ
– ତୁର୍କୀର ଅଧିକାଂଶ ଅଂଶ ଏନାଟୋଲିୟନ୍ ପ୍ଲେଟ୍ ଉପରେ ଅବସ୍ଥାପିତ
– ଏନାଟୋଲିୟନ୍ ଅର୍ଥ ଛୋଟ ଏଶିୟା
– ଏନାଟୋଲିୟନ୍ ପ୍ଲେଟ୍ର ବାମ ପାଖରେ ରହିଛି ଆରବିୟାନ୍ ପ୍ଲେଟ୍
– ଉତ୍ତର ପାଖରେ ରହିଛି ୟୁରେଶିଅନ୍ ପ୍ଲେଟ୍
– ମାଟିତଳେ ଏହି ପ୍ଲେଟ୍ ସ୍ଥାନାନ୍ତର ହେଲେ ଭୂପୃଷ୍ଠ ଉପରେ ଅନୁଭୂତ ହୁଏ ଭୂକମ୍ପ