କାଲିଠାରୁ ସକାଳ ୬ଟାରୁ ସ୍କୁଲ । ଅସନ୍ତାଷ ପ୍ରକାଶ କଲେ ଅଭିଭାବକ । ସେପଟେ ସଚିବ କହିଲେ, ସକାଳେ କମ୍ ରହୁଛି ଗରମ 

595

କନକ ବ୍ୟୁରୋ: ସୋମବାରଠୁ ପୁଣି ସ୍କୁଲ ଖୋଲିବାକୁ ଯାଉଛି । ସକାଳ ୬ଟାରୁ ସକାଳ ୯ଟା ଯାଏଁ ପାଠ ପଢିବେ ପିଲା । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଏତେ ସକାଳୁ ଛୋଟ ଛୋଟ ପିଲା ଓ ଶିକ୍ଷକ ବିଦ୍ୟାଳୟକୁ ଆସିବାରେ ଅସୁବିଧା ହେବ । ଏହାଛଡା ଖରାଛୁଟି କମିଯାଉଥିବାରୁ ଶିକ୍ଷକ ସଂଘ ଅଧିକ ଟଙ୍କା ଦେବାକୁ ଦାବି କରିଛି । ସେପଟେ ଅଭିଭାବକ ସଂଘ ମଧ୍ୟ ସକାଳ ୬ଟା ବଦଳରେ ସାଢେ ୬ଟା ସ୍କୁଲ ଖୋଲିବାକୁ ଦାବି କରିଛନ୍ତି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୫ଦିନ ଧରି ଛୁଟି ରହିବା ପରେ ସୋମବାରଠାରୁ ସକାଳୁଆ ସ୍କୁଲ  ଖୋଲିବ । ଏବେ  ସକାଳ ୬ଟାରୁ ୯ଟା ମଧ୍ୟରେ ସ୍କୁଲ ଖୋଲିବାକୁ  ନିଷ୍ପତ୍ତି ହୋଇଛି ।  ଖରାକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ କିନ୍ତୁ ଏହାକୁ ନେଇ ଅଭିଭାବକମାନେ ମୁହଁ ଖୋଲିଛନ୍ତି । ଏତେ ସକାଳୁ ପିଲାଙ୍କୁ ନେଇ ସ୍କୁଲ ଯିବାକୁ ଅସହଜ ମନେ କରିଛନ୍ତି ।  ସେମାନଙ୍କ ପ୍ରଶ୍ନ ହେଲା, ଏତେ ସକାଳୁ କେମିତି ସ୍କୁଲ ଆସିବେ ପିଲା । ସେମାନଙ୍କୁ  ପ୍ରସ୍ତୁତ କରିବା କଷ୍ଟକର ହୋଇପଡିବ ବୋଲି ମତ ଦେଇଛନ୍ତି ଅଧିକାଂଶ ଅଭିଭାବକ

  • ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଭିନ୍ନ  ତର୍କ
  • ୯ଟା ଭିତରେ କମ କହୁଛି ପାରା, ପଡିବନି ପ୍ରଭାବ

ସକାଳ ୬ଟାରୁ ସ୍କୁଲ ଖୋଲାଯିବା ନେଇ  ଅଭିଭାବକ ଭିନ୍ନ ମତ ଦେଉଥିବାବେଳେ ଗଣଶିକ୍ଷା ବିଭାଗ ସଚିବ କିନ୍ତୁ ଭିନ୍ନ ମତ ରଖିଛି । ସଚିବଙ୍କ ମତ ହେଲା…

  • ସକାଳ ସାଢେ ୮ଟା ଭିତରେ ତାପମାତ୍ର ୩୨ରୁ ୩୪ ଡିଗ୍ରୀ ରହିଥାଏ
  • ୯ଟା ଭିତରେ ଏହା ୩୫ ଡିଗ୍ରୀ ଅତିକ୍ରମ କରେ ନାହିଁ
  • ରବିବାରଠାରୁ ତାପମାତ୍ରା ଧିରେ ଧିରେ କମିବ ବୋଲି ଆକଳନ କରାଯାଇଛି
  • ମଧ୍ୟାହ୍ନଭୋଜନ ସହ ୯ଟା ମଧ୍ୟରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
  • ଗ୍ରୀଷ୍ମପ୍ରବାହର କୌଣସି ପ୍ରଭାବ ରହିବ ନାହିଁ
  • ଛାତ୍ରଛାତ୍ରୀଙ୍କ ପାଠପଢାର ଭରଣା ହୋଇପାରିବ

ପୂର୍ବରୁ ଗଣଶିକ୍ଷା ବିଭାଗର ନିଷ୍ପତିକୁ ବିରୋଧ କରିଛି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ । ସକାଳ ୬ଟା ବଦଳରେ ସାଢେ ୬ଟାରେ ସ୍କୁଲ ଆରମ୍ଭ କରିବାକୁ ସଂଘ ଦାବି କରିଛି । ସକାଳ ୬ଟାରୁ ଛୋଟ ଛୋଟ ପିଲା ଏବଂ ଶିକ୍ଷକ ସ୍କୁଲ ଆସିବା କଷ୍ଟ । ତେଣୁ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି । ଏହାଛଡା ଖରା ଛୁଟିରେ ଏଲଆରପି କୋର୍ସ ପାଠ ପଢା ହେଲେ ଶିକ୍ଷକମାନଙ୍କ ୩୫ ଦିନ ଛୁଟି କମିଯିବ । ତେଣୁ ଶିକ୍ଷକମାନଙ୍କୁ ଅଧିକ ଟଙ୍କା ଦେବାକୁ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି ।