ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ଘନ ଘନ ଆକ୍ରମଣ କଲା ବିଜେପି । ଧର୍ମେନ୍ଦ୍ରଙ୍କ ପରେ ବୈଜୟନ୍ତ କଲେ କଡା ସମାଲୋଚନା ।

391

କନକ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ବିଜେପି ନେତା ବୈଜୟନ୍ତ ପଣ୍ଡା ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତ ବିକାଶର ପଥରେ ଆଗେଇ ଚାଲିଥିବାବେଳେ ଓଡିଶା ଏଥିରେ ପଛରେ ପଡିଯାଇଥିବା କହି ଆକ୍ଷେପ କରିଛନ୍ତି ବୈଜୟନ୍ତ ।

ସେହିପରି ବିଜେପି ବିରୋଧରେ ଟଙ୍କା ବାଣ୍ଟିିବା ଅଭିଯୋଗ ଆଣିଲା ବିଜେଡି । ଏହାକୁ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ହେଲା ଫେରାଦ । ରାଉରକେଲାର ୩୭ ନମ୍ବର ୱାର୍ଡରେ ବିଜେପି ମଣ୍ଡଳ ସଭାପତି ସତ୍ତେ୍ୱ୍ୱଶ୍ୱର ପାତ୍ର ଓ ଜଗବନ୍ଦୁ ସାହୁ ବସ୍ତିରେ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛି ବିଜୁ ଜନତା ଦଳ । ଦୁଇ ବିଜେପି ନେତା ଟଙ୍କା ବାଣ୍ଟିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଧରା ପଡିଛନ୍ତି । ସେମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଦାବି ହୋଇଛି ।