କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରା : ଦଳର ପୋଷ୍ଟରକୁ ନେଇ ଅପ୍ରୀତିକର ପରିସ୍ଥିତି

94

କନକ ବ୍ୟୁରୋ : କେରଳରେ ଚାଲିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା । ଏହାରି ଭିତରେ ଦଳର ଏକ ପୋଷ୍ଟରକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏର୍ଣ୍ଣାକୁଲମରେ କଂଗ୍ରେସ ପକ୍ଷରୁ ଏକ ବିଶାଳ ପୋଷ୍ଟର ଲଗାଯାଇଛି । ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କ ଫଟୋ ରହିଛି ।

କଂଗ୍ରେସ ସବୁବେଳେ ବିଜେପିର ଆଦର୍ଶ ବୀର ସାବରକରଙ୍କ ନୀତିକୁ କଡ଼ା ସମାଲୋଚନା କରି ଆସୁଛି । ହେଲେ କଂଗ୍ରେସ ପୋଷ୍ଟରରେ ବୀର ସାବରକରଙ୍କ ଫଟୋ ବିଭିନ୍ନ ମହଲକୁ ଚକିତ କରିଛି । ପ୍ରିଂଟରେ ଭୁଲ ହୋଇଛି ବୋଲି କଂଗ୍ରେସ ସଫେଇ ଦେଇ କହିଛି । ଏହି ପୋଷ୍ଟରକୁ ହଟାଇ ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।