ଅଭିନେତା ସତୀଶ କୌଶିକଙ୍କୁ ହତ୍ୟା ଅଭିଯୋଗ ପରେ ପୋଲିସର ତତ୍ପରତା : ଫାର୍ମ ହାଉସ ମାଲିକଙ୍କ ପତ୍ନୀଙ୍କୁ ବୟାନ ରେକର୍ଡ ପାଇଁ ଡାକରା

91

କନକ ବ୍ୟୁରୋ : ବଲିଉଡ଼ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ୁଛି ସସପେନ୍ସ । ମୃତ୍ୟୁ ପୂର୍ବରୁ ସତୀଶଙ୍କ ସହ ଫାର୍ମହାଉସରେ ହୋଲି ଖେଳିଥିବା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ପତ୍ନୀଙ୍କୁ ବୟାନ ରେକର୍ଡ଼ ପାଇଁ ପୋଲିସ ଡ଼କାଇଛନ୍ତି । ତେବେ ବିକାଶ ମାଲୁଙ୍କ ପତ୍ନୀଙ୍କ ବୟାନ ଏବେ ସନ୍ଦେହ ବଢ଼ାଇଛି ।

ବିକାଶ ମାଲୁଙ୍କ ପତ୍ନୀ କହିଛନ୍ତି, ସତୀଶଙ୍କୁ ହତ୍ୟା କରାଯାଇଛି । ତାହା ପୁଣି ୧୫ କୋଟି ପାଇଁ । ତାଙ୍କ ସ୍ୱାମୀ ବିକାଶ ମାଲୁ ହିଁ ସତୀଶଙ୍କୁ ୧୫ କୋଟି ଟଙ୍କା ପାଇଁ ହତ୍ୟା କରିଛନ୍ତି । ବ୍ୟବସାୟ କ୍ଷେତ୍ରରେ ବିକାଶ ସତୀଶଙ୍କ ଠାରୁ ଟଙ୍କା ନେଇଥିଲେ । ହେଲେ ପରେ ଏହାକୁ ଫେରାଇବା ତାଙ୍କ ପକ୍ଷେ ସମ୍ଭବ ନ ହେବାରୁ ବିକାଶ ସତୀଶଙ୍କୁ ହତ୍ୟା କରିଥିବା ବିକାଶଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ବିକାଶ ମାଲୁଙ୍କ ପତ୍ନୀଙ୍କ ଠାରୁ ଏପରି ଚାଞ୍ଚଲ୍ୟକର ବୟାନ ରେକର୍ଡ କରିଛି ପୁଲିସ ।

ଅନ୍ୟପଟେ ବିକାଶ ମାଲୁ ଏହା ପରେ ପ୍ରତିକ୍ରିୟା ରଖିଛନ୍ତି । ସତୀଶ ତାଙ୍କର ଜଣେ ପରିବାରର ସଦସ୍ୟ ଭଳି ଥିଲେ ବୋଲି ବିକାଶ ମାଲୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁ ଫାର୍ମ ହାଉସରେ ସେ ସାଙ୍ଗମାନଙ୍କ ସହ ହୋଲି ପାର୍ଟି ମନାଉଥିଲେ, ସେଠାରୁ ତଦନ୍ତକାରୀ ପୁଲିସ କିଛି ଆପତିଜନକ ଔଷଧ ପାଇବା ପରେ ଏ ନେଇ ତଦନ୍ତ ବଢ଼ାଇଛି । ଅନ୍ୟପଟେ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।