ବିଞ୍ଝାରପୁର ବିଧାନସଭା ଆସନରେ ହେବ ମହିଳା ଫାଇଟ । କିଏ ମାରିବ ବାଜି ତାକୁ ନେଇ ଚର୍ଚ୍ଚା ।

819

କନକବ୍ୟୁରୋ: ବିଞ୍ଝାରପୁରରେ ହେବ ମହିଳ ଫାଇଟ । ପ୍ରମିଳାକୁ ଟକ୍କର ଦେବେ ବବିତା କନକଲତା । ଚଳଚଂଚଳ ହେବ ବିଞ୍ଝାରପୁର ରାଜନୀତି । କଂଗ୍ରେସ ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । କାହାର ହେବ ବିଜୟୀ ତାକୁ ନେଇ ଚାଲିଛି ଜୋରଦାର ଅଙ୍କକଷା । ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଜୋରଦାର ଟକ୍କର । ଏହି ଆସନରେ ଦିନି ଦଳ ଦେଇଛନ୍ତି ତିନି ମହିଳା ପ୍ରାର୍ଥୀ । କିଏ ଜିତିବ ଜନତା ଜନାର୍ଦ୍ଦନଙ୍କ ମନ ତାକୁ ନେଇ ଚାଲିଛି ତ୍ରିମୁଖୀ ଲଢେଇ । ପ୍ରମିଳା ବବିତା କନକଲତାଙ୍କ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର ।

କିଏ ଜିତିବ ଜନତାଙ୍କ ମନ । ଏହି ନିର୍ବାଚନ ମଣ୍ଡଳୀରେ ୬ଥର ବିଜୟୀ ହୋଇଥିବା ସହ ବର୍ତ୍ତମାନ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି ।ସେପଟେ ପ୍ରମିଳାଙ୍କୁ ଚେକ ଦେବା ଲାଗି ବିଜେପି ତାଙ୍କ ପାରମ୍ଫରିକ ପ୍ରତିନ୍ଦନ୍ଦୀ ବବିତା ମଲ୍ଲୀକଙ୍କୁ ରିପିଟ କରିଛି । ବବିତା ମୋଦିଙ୍କ ଗ୍ୟାରେଣ୍ଟି ସହ ଓଡିଆ ଅସ୍ମିତାଙ୍କ ଆୟୁଦ୍ଦ କରି ପ୍ରମିଳାଙ୍କୁ ଟକ୍କର ଦେବା ପାଇଁ ଆରମ୍ଭ କରିଛନ୍ତି ।

ଡୋର ଟୁ ଡୋର କ୍ୟାମ୍ଫେନ କରିଛନ୍ତି । ସେପଟେ କଂଗ୍ରେସରୁ ଟିକଟ ପାଇବା ପରେ କନକଲତା ନିଜ କର୍ମୀଙ୍କ ସହ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ଉଭୟ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କହିବା ସହ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି କହିଛନ୍ତି କନକଲତା ମଲ୍ଲିକ । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ୭୪ ହଜାର ୫୩୨ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସର ବବିତା ମଲ୍ଲିକ ୩୬ ହଜାର ୩୪୨ ଓ ବିଜେପିର ଦେବପ୍ରସାଦ ମଲ୍ଲିକଙ୍କୁ ୧୫ ହଜାର ୩୫୮ ଭୋଟ ମିଳିଥିଲା ।

୨୦୧୯ ନିର୍ବାଚନରେ ପୂର୍ବପରି ବିଜେଡି ତାହାର ଆଧିପତ୍ୟ ବଜାୟ ରଖିଥିଲା । ବିଜେଡିରୁ ପ୍ରମିଳା ମଲ୍ଲିକ ୭୯ ହଜାର ୮୭ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ଛାଡି ବିଜେପିରୁ ପ୍ରାର୍ଥୀ ହୋଇଥିବା ବବିତା ମଲ୍ଲିକଙ୍କୁ ୫୭ ହଜାର ୮୬୧ ଖଣ୍ଡ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ମାତ୍ର ୩ ହଜାର ୯୯୭ ଭୋଟ ପାଇଥିଲେ । ତେବେ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ହେବା ନେଇ ଅନୁମାନ କରାଯାଉଛି । । ୨୦୨୪ ନିର୍ବାଚନରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ। ତିନି ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ କିଏ ମାରିବ ବାଜି ତାହା ଜୁନ ୪ ଫଳଫଳ ବାହାରିବା ପରେ ଜଣାପଡିବ ।