ଭୁବନେଶ୍ୱର ବଡ଼ଗଡ଼ ଅଂଚଳରୁ ସନ୍ଦେହଜନକ ଭାବେ ଯୁବତୀଙ୍କ ମୃତଦେହ ଉଦ୍ଧାର । ଯୁବତୀ ଜଣଙ୍କ ବାରଗାର୍ଲ ଭାବେ କାମ କରୁଥିବା ସୂଚନା । ପୋଲିସର ଛାନଭିନ ଜାରି ।

382

କନକବ୍ୟୁରୋ: ଭୁବନେଶ୍ୱର ବଡ଼ଗଡ଼ ଅଂଚଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଜଣଙ୍କ ବାରଗାର୍ଲ ଭାବେ କାମ କରୁଥିବା ଜଣାପଡ଼ିଛି । ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦୀର୍ଘଦିନ ହେବ ରହି ଆସୁଥିଲେ । ତେବେ ଘଟଣା ଦିନ ତଥା ଗତକାଲି ଦିନ ୧୨ଟା ବେଳେ ମୃତ ଯୁବତୀଙ୍କ ଭଉଣୀଙ୍କୁ ଏକ ଫୋନ ଆସିଥିଲା ।

ପୁରୁଷ ବନ୍ଧୁ ମୃତ୍ୟୁ ବାବଦରେ ମଧ୍ୟ ତଥ୍ୟ ଦେଇଥିଲେ । ଆଉ ତାପରେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବତୀ ଜଣକ ହେଲେ ସୁଲୋଚନା ଦାସ । ତାଙ୍କ ବୟସ ୨୨ ବର୍ଷ । ଘର ତିର୍ତୋଲର ଅଲଣା ଗାଁ ବୋଲି ଜଣାପଡ଼ିଛି । ଯୁବତୀଙ୍କ ମୃତ୍ୟୁକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।