ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା । ଗୋଟିଏ ମ୍ୟାଚରୁ ବ୍ୟାନ୍ ହେଲେ ରିଷଭ ପନ୍ତ । ଜାଣନ୍ତୁ, କାରଣ କଣ?

617

କନକ ବ୍ୟୁରୋ: ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ ଝଟକା । ଦଳର କ୍ୟାପଟେନ୍ ରିଷଭ ପନ୍ତ ଆଇପିଏଲର ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଇଛନ୍ତି । ରାଜସ୍ଥାନ ରୟାଲ୍ସ ବିରୋଧରେ ସ୍ଲୋ ବୋଲିଂ କାରଣରୁ ତାଙ୍କ ଉପରେ ଏହି ଆକ୍ସନ ନିଆଯାଇଛି । ଖାଲି ସେତିକି ନୁହେଁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିଛି ।

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଆଇପିଏଲ୍ କୋଡ୍ ଅଫ୍ କଣ୍ଟକ୍ଟର ଉଲ୍ଲଙ୍ଘନ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିରୋଧରେ ବୋଲିଂ କରିବାକୁ ସେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିଲେ । ଯେଉଁ କାରଣରୁ ତାଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ କରିଦିଆଯାଇଛି ।

ରିଷଭ ପନ୍ତ ଏହି ସିଜିନରେ ତୃତୀୟ ଥର ପାଇଁ ସ୍ଲୋ ବୋଲିଂ କରିଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଥିଲା । ତା ସହିତ ମ୍ୟାଚ୍ ଖେଳୁଥିବା ଖେଳାଳିମାନଙ୍କର ମଧ୍ୟ ୫୦ ପ୍ରତିଶତ ମ୍ୟାଚ୍ ଫି କାଟିଦିଆଯାଇଛି ।