ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇଥିଲେ ନବୀନ, ମୋଦୀ । ୧୩ରେ ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା ।

130

କନକବ୍ୟୁରୋ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ପ୍ରଚାର । ଆସନ୍ତା ୧୩ରେ ପଡିବ ଭୋଟ । ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଏବଂ କଳାହାଣ୍ଡି ସଂସଦୀୟ କ୍ଷେତ୍ର ସହ ୨୮ ବିଧାନସଭା ପାଇଁ ନିର୍ବାଚନ ହେବ । ଉଭୟ ବିଧାନସଭା ଓ ଲୋକସଭା ଆସନ ପ୍ରତ୍ୟେକ ରାଜନୈତିକ ଦଳ ପାଇଁ ବେଶ ଗୁରୁତ୍ୱବହନ କରୁଛି । କାରଣ ଏହି ଆସନରେ ଲଢେଇ କରୁଛନ୍ତି ଓଡିଶା ରାଜନୀତିର ଜଣେ ଜଣେ ଚର୍ଚ୍ଚିତ ରାଜନେତା । ଯେଉଁମାନଙ୍କର ଜିତିବା ହାରିବା ଭୋଟ ରାଜନିତୀରେ ବେଶ ପ୍ରଭାବ ପକାଇବ ।