ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଯିବା ପୂର୍ବରୁ ୨ ସନ୍ଦିଗ୍ଧ ଗିରଫ । ପୂର୍ବରୁ ଦେଇଥିଲେ ଧମକ

110

କନକ ବ୍ୟୁରୋ: ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଭାରତ- ଅଷ୍ଟ୍ରଲିଆ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଯୋଜନା କରିଥିବା ୨ଜଣ ସନ୍ଧିଗ୍ଧଙ୍କୁ ଗିରଫ କରାଯାଇଛି । ଖେଳ ଦେଖିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍‌ବନିଜ୍‌ ଅହମଦାବାଦରେ ଥିବା ବେଳେ ଏଭଳି ଘଟଣା ଘଟିଛି ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍‌ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ଦେଇଥିବା ଖଲିସ୍ତାନୀ ସଙ୍ଗଠନ ସମର୍ଥିତ ୨ଜଣ ବ୍ୟକ୍ତିଙ୍କୁ ଅହମଦାବାଦ କ୍ରାଇମ୍‌ ବ୍ରାଞ୍ଚ୍‌ ସେଲ୍‌ ଗିରଫ କରିଛି। ମ୍ୟାଚ୍‌ ସମୟରେ ‘ସିମ୍‌ ବକ୍ସ୍‌ ଟେକ୍ନୋଲୋଜି’ ବ୍ୟବହାର କରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ ସାତ୍‌ନା ଓ ରେୱା ଜିଲ୍ଲାରୁ ଗିରଫ କରାଯାଇଛି।