ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ୧୩ ମେ’ରେ ୪ଟି ସଂସଦୀୟ କ୍ଷେତ୍ରରେ ପଡ଼ିବ ଭୋଟ । ମତଦାନ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।

116

କନକବ୍ୟୁରୋ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମେ ୧୩ ତାରିଖରେ ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଆଜିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୬୨ ଲକ୍ଷ ୮୭ ହଜାର ଭେଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା, ୧ ଲକ୍ଷ ୭୫ ହଜାର ଯୁବ ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ଉଦ୍ଧ୍ୱର୍ ଭୋଟର ଅଛନ୍ତି ।

୭ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ । ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି । ୧୨ଶହ ୯୪ ଜଣ ଶତାୟୁ ଭୋଟର ରହିଛନ୍ତି । ରାୟଗଡ଼ାରେ ଆଦିମ ଜନଜାତି ଭୋଟରଙ୍କୁ ଆକୃଷ୍ଟ କରିବା କରିବା ପାଇଁ ମତଦାନ କେନ୍ଦ୍ରରେ ହାତପଂଖାରେ ସଚେତନତା ଲେଖାଯାଇଛି । ଗଂଜାମରେ ଅଲିଭକୁ ମାସ୍କଟ କରାଯାଇଛି । ଭୋଟ୍ ପୂର୍ବରୁ ଘରେ ଭୋଟ୍ ଦେଇଛନ୍ତି ୩ ହଜାର ୬୩୬ ଜଣ ଭୋଟର ।