ଅଜଣା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଶବସତ୍କାର କଲେ ସରପଞ୍ଚ: ପ୍ରଶଂସା କଲେ ସ୍ଥାନୀୟ ଲୋକେ

53

କନକ ବ୍ୟୁରୋ: ନିଜର କେହି ସଂପର୍କୀୟ ନଥିବାରୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ସରପଂଚ ଓ ୱାର୍ଡ ସଭ୍ୟ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ସଲପା ଗ୍ରାମରେ । ସୂଚନା ଅନୁସାରେ, ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ସଲପା ଗ୍ରାମର ଈଶ୍ୱର ଜାନିଙ୍କ ମାନସିକ ସ୍ଥିତି ସଠିକ୍ ନଥିବାରୁ ପତ୍ନୀଙ୍କ ସହିତ ଝଗଡ଼ା କରି ଉମରକୋଟକୁ ଚାଲି ଯାଇଥିଲେ । ଈଶ୍ୱର ଉମରକୋଟରେ ଏଣେତେଣେ ବୁଲୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉମରକୋଟ ପୁଲିସ ତାଙ୍କୁ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତର୍ି କରାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଈଶ୍ୱରଙ୍କ ମୃତଦେହ ଗାଁରେ ପହଂଚିଥିଲା । କିନ୍ତୁ ଈଶ୍ୱରଙ୍କ କେହି ସଂପର୍କୀୟ ନ ଥିବାରୁ ଦିଗି ପଂଚାୟତର ସରପଂଚ କିଶୋର ନାୟକ ଓ ୱାର୍ଡ ସଭ୍ୟ ଲାଇବାନ ବିଷୋୟୀ ଓ ନବୀନ ଭତ୍ରା ତାଙ୍କ ଶବ ସତ୍କାର କରିଥିଲେ । ଏହି ସମୟରେ ତେନ୍ତୁଳିଖୁଂଟି ଥାନା ଏଏସ୍ଆଇ କେଦାରନାଥ ରାଉତ ଓ ଈଶ୍ୱର ମାଝୀ ଉପସ୍ଥିତ ଥିଲେ । ସରପଂଚ ଓ ୱାର୍ଡ ସଭ୍ୟଙ୍କ ଏଭଳି ମାନବିକତାକୁ ସାଧାରଣରେ ପ୍ରଶଂସା କରାଯାଇଛି ।