ୱେବସିରିଜ୍: ଆସୁଛି ସଞ୍ଜୟ ଲୀଲା ବଂଶାଲିଙ୍କ ‘ହୀରାମଣ୍ଡି’ । ନଜର ଆସିବେ ଏକାଧିକ ଷ୍ଟାର ।

292

କନକ ବ୍ୟୁରୋ: ସଞ୍ଜୟ ଲୀଲା ବଂଶାଲିଙ୍କର ବହୁ ପ୍ରତୀକ୍ଷିତ ୱେବସିରିଜ ହୀରାମଣ୍ଡିକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଆସିଛି ଖୁସିଖବର । ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଏହି ୱେବସିରିଜ । ବର୍ତ୍ତମାନ ଏହି ୱେବସିରିଜର କିଛି ଝଲକ୍ ସାମ୍ନାକୁ ଆସିଥିବାବେଳେ, ଖୁବଶୀଘ୍ର ଏହା ନେଟଫ୍ଲିକ୍ସରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । ତେବେ ରିଲିଜ୍ ହେବାର ସଠିକ୍ ତାରିଖ କିନ୍ତୁ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇନି ।

ହୀରାମଣ୍ଡିର ପୋଷ୍ଟର ବହୁ ଦିନ ତଳୁ ରିଲିଜ୍ କରାଯାଇଥିଲା । ଏହାପରେ ଏହାର ଟିଜର ମଧ୍ୟ ଜାରି କରାଯାଇଥିଲା । ଏହାପରେ ଫ୍ୟାନ୍ସଙ୍କ ଭିତରେ ଏହି ୱେବସିରିଜକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ତେବେ ଲମ୍ବା ସମୟର ସୁଟିଂ ପରେ ଏବେ ଏହି ୱେବସିରିଜର ସୁଟିଂ ଶେଷ ହୋଇସାରିଛି । କୁହାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହି ୱେବସିରିଜ୍ ରିଲିଜ୍ ହେଇପାରେ ।

ଜାଣିରଖିବା ଉଚିତ୍ ଯେ, ବଲିଉଡର ଚର୍ଚ୍ଚିତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂଶାଲୀ ଏହି ୱେବସିରିଜ ଜରିଆରେ ଓଟିଟି ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ହୀରାମଣ୍ଡିର ପ୍ରତିଟି ସଟକୁ ସେ ନିଜେ ସିଲେକ୍ଟ କରିଛନ୍ତି । ଯେଉଁ କାରଣରୁ ଏହି ୱେବସିରିଜ୍ ଦର୍ଶକଙ୍କ ହୃଦୟ ଜିଣିପାରିବ ବୋଲି କୁହାଯାଉଛି । ଖୁବଶୀଘ୍ର ଏହି ୱେବସିରିଜକୁ ଦର୍ଶକମାନେ ନେଟଫ୍ଲିକ୍ସରେ ଦେଖିପାରିବେ ।

ସଞ୍ଜୟ ଲୀଲା ବଂଶାଲୀଙ୍କ ହୀରାମଣ୍ଡି ୱେବସିରିଜର ପ୍ରଥମ ସିଜିନରେ ୮ଟି ଏପିସୋଡ ରହିବ । ତା ସହିତ ଖୁବ୍ କମ ସମୟ ଭିତରେ ଏହାର ଦ୍ୱିତୀୟ ସିଜିନ୍ ମଧ୍ୟ ରିଲିଜ୍ ହେବ । ଏଥିରେ ସୋନାକ୍ଷୀ ସିହ୍ନାଙ୍କ ସହିତ, ଅଦିତି ରାଓ ହୈଦରୀ, ରିଚା ଚଢା, ଫରୀଦା ଜଲାଲ, ମନୀଷା କୋଇରାଲା, ସଞ୍ଜୀଦା ଶେଖ୍, ଫରଦୀନ୍ ଖାନ ପ୍ରମୁଖ ନଜର ଆସିବେ । ଏହି ୱେବସିରିଜର କାହାଣୀ ସ୍ୱାଧୀନତା ପୂର୍ବ ଭାରତର କାହାଣୀ ଉପରେ ପର୍ଯ୍ୟବେସିତ ।

ହୀରାମଣ୍ଡି କାହାଣୀ ପାକିସ୍ତାନର ଲାହୋରରେ ଥିବା ଏକ ରେଡ୍ ଲାଇଟ୍ ଏରିଆର କାହାଣୀ ଉପରେ ସୁଟ୍ କରାଯାଇଛି । ଯାହାକୁ କି ଶାହି ମହୋଲ୍ଲା ବି କୁହାଯାଏ । ସେହି ସମୟରେ ଭାରତ-ପାକିସ୍ତାନ ଦୁଇ ଭାଗ ହେଇନଥିଲା ଏବଂ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନରୁ ମହିଳାମାନେ ଆସି ହୀରାମଣ୍ଡିରେ ରହୁଥିଲେ । ସେ ସମୟର ରାଜନୀତି, ପ୍ରେମ ଏବଂ ଧୋକାକୁ ନେଇ ଏହାର କାହାଣୀ ଆଗକୁ ବଢୁଛି । ଯାହାକି ଲୋକମାନେ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ପାଇବେ ।