ଟିମ୍ ଇଣ୍ଡିଆରେ ନିୟମିତ ସୁଯୋଗ ମିଳୁନଥିବା ବେଳେ ବିସ୍ଫୋରକ ଇନିଂସ ଖେଳିଲେ ସଞ୍ଜୁ ସାମସନ । ୭ ଛକା ସହ ହାସଲ କଲେ ଅର୍ଦ୍ଧଶତକ ।

15,619

କନକ ବ୍ୟୁରୋ : ସଞ୍ଜୁ ସାମସନଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ଦେବାକୁ ଦାବି କରି ଆସୁଛନ୍ତି କ୍ରିକେଟପ୍ରେମୀ । ଦଳରେ ସାମିଲ ହେଉଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ସଞ୍ଜୁଙ୍କୁ ସୁଯୋଗ ମିଳୁନାହିଁ । ବାଂଲାଦେଶ ବିପକ୍ଷ ସିରିଜରେ ସଞ୍ଜୁଙ୍କୁ ଟିମରେ ଚୟନ କରାଯାଇନଥିଲା । କିନ୍ତୁ ଏହା ଭିତରେ ସଞ୍ଜୁ ସାମସନ ଏକ ଦମଦାର ଇନିଂସ ଖେଳିଛନ୍ତି । ଯାହା ପୁଣିଥରେ ସଞ୍ଜୁଙ୍କୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ସୁଯୋଗ ସୃଷ୍ଟି କରିଛି ।

ମଙ୍ଗଳବାର ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟରେ କେରଳ ଓ ଝାଡଖଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । କେରଳ ପ୍ରଥମେ ବ୍ୟାଟିଂ କରି ନିୟମିତ ବ୍ୟବଧାନରେ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଆଉ ଏଭଳିସ୍ଥଳେ କେରଳ ପାଇଁ ସଙ୍କଟମୋଚକ ସାଜି ଉଭା ହୋଇଥିଲେ ସଞ୍ଜୁ ସାମସନ । ୧୦୮ ବଲରୁ ୭୨ ରନର ଇନିଂସ ଖେଳିଥିଲେ ସଞ୍ଜୁ । ଯେଉଁଥିରେ ୪ ଚୌକା, ୭ ଛକା ରହିଥିଲା । ଅର୍ଥାତ ୫୮ ରନ୍ ବାଉଣ୍ଡରୀରୁ ସଂଗ୍ରହ କରିଥିଲେ ସଞ୍ଜୁ । ୮୩ଟି ଡଟ୍ ବଲ ଖେଳିଥିଲେ ମଧ୍ୟ ୭୨ ରନର ଇନିଂସ ବିସ୍ଫୋରକ ଇନିଂସ ଦେଖିଥିଲେ କ୍ରିକେଟପ୍ରେମୀ ।

୨୦୧୫ରୁ ସାମସନ ଡେବ୍ୟୁ କରିଥିଲେ ମଧ୍ୟ ଏଯାବତ୍ ଟିମ୍ ଇଣ୍ଡିଆର ନିୟମିତ ସଦସ୍ୟ ହୋଇପାରିନାହାନ୍ତି । ଏଯାବତ୍ ୨୭ଟି ମ୍ୟାଚ୍ ଖେଳିଛନ୍ତି ସାମସନ୍ । ତେବେ ୨୦୨୩ ବିଶ୍ୱକପ ଟିମରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଉ ବୋଲି କ୍ରିକେଟପ୍ରେମୀ ଦାବି କରିଛନ୍ତି । ଆଉ ଏଥିପାଇଁ ଏବେଠୁ ବିଭିନ୍ନ ଦିନିକିଆ ସିରିଜରେ ସଞ୍ଜୁଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁ ବୋଲି କ୍ରିକେଟ ପ୍ରଂଶସକ ବିସିସିଆଇ ନିକଟରେ ଦାବି ରଖିଛନ୍ତି ।