ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ : ଡ୍ୟାମର ପଛୁଆ ଜଳ ଯୋଗୁଁ ବୁଡ଼ିଲା ମୋଟୁର ମୁଗି ପଏଣ୍ଟ

236

କନକ ବ୍ୟୁରୋ : ଓଡିଶାକୁ ବୁଡାଇଲା ପୋଲାଭରମ ପ୍ରକଳ୍ପ । ମାଲକାନଗିରି ମୋଟୁ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେଉଛି । ପୋଲାଭରମ ପ୍ରକଳ୍ପ ଯୋଗୁଁ ଗତ ଗତ ୪ ଦନ ଧରି ମୋଟୁ ଅଂଚଳରୁ ଜଳସ୍ତର କମିବାର ନାଁ ଧରୁନି । ମୋଟୁ ଗାଁ ଭିତରେ ସାବେରୀ ନଦୀ ପାଣି ପ୍ରବେଶ କରିଛି । ମୋଟୁ ଗାଁ ଭିତରେ ପଶିଛି ପୋଲାଭରମ ଡ୍ୟାମର ପଛୁଆ ଜଳ । ପଛୁଆ ଜଳରେ ବୁଡି ଯାଇଛି ସଂପୂର୍ଣ୍ଣ ବୁଡିଯାଇଛି ରାଜ୍ୟର ଶେଷ ଭୂଖଣ୍ଡ ମୋଟୁର ମୁଗି ପଏଣ୍ଟ ।

ଫଳରେ ଘଲ ଛାଡି ଉଚ୍ଚ ସ୍ଥାନକୁ ଚାଲିଯାଉଛନ୍ତି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ବଢୁଛି ସିଲେରୁ ଓ ସାବେରୀ ନଦୀର ଜଳସ୍ତର । ମୋଟୁ ତହସିଲ ଅଫିସର କିଛି ଦୂର ଯାଏଁ ବନ୍ୟାପାଣି ପ୍ରବେଶ କରିଛି । ମାଲକାନଗିରି ଜିଲ୍ଲା ମୋଟୁ ସୀମା ଦେଇ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଧୀରେ ଧୀରେ ଜଳସ୍ତର ଅଧିକ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ମାଲକାନଗିରି-ଆନ୍ଧ୍ରର ୩୨୬ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ବୁଡି ରହିଛି । ମୋଟୁ-ଚିନ୍ତୁର ମଧ୍ୟରେ ରହିଥିବା କୁଇଗୁର ପୋଲ ଉପରେ ଆଜି ମଧ୍ୟ ପ୍ରାୟ ୬ରୁ୭ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ତିନି ଦିନ ହେଲା ଏହି ପୋଲ ସଂପୂର୍ଣ୍ଣ ବୁଡ଼ି ରହିଥିବାରୁ ଆନ୍ଧ୍ରକୁ ଯାତାୟାତ ବନ୍ଦ ରହିଛି। ପୋଲର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।