ବହୁ ଘାତପ୍ରତିଘାତ ପରେ ରଥଯାତ୍ରା ପୂର୍ବରୁ ପ୍ରସ୍ତୁତ ହେଲା ସମଯାଜପୁର ଓଭର ବ୍ରିଜ୍ : ଆଜି ଠାରୁ ଆରମ୍ଭ ହେଲା ଗାଡ଼ି ଚଳାଚଳ

41

କନକ ବ୍ୟୁରୋ : ଭୁବନେଶ୍ୱର-ପୁରୀକୁ ଯୋଡୁଥିବା ସମଯାଜପୁର ବ୍ରିଜରେ ଆଜି ଗାଡ଼ି ଚଳାଚଳ ଆରମ୍ଭ ହୋଇଛି । ପୂର୍ବ ପ୍ରସ୍ତୁତି ମୁତାବକ ଗତକାଲି ବ୍ରିଜରେ ନଡିଆ ଫଟାଇ ଶୁଭାରମ୍ଭ କରାଯାଇଥିଲା । ହେଲେ କେତେକ ଅନିବାର୍ଯ୍ୟ କାରଣରୁ ଗତକାଲି ଗାଡ଼ି ଚଳାଚଳ କରିପାରିନଥିଲା ।

ସମଯାଜପୁର ବ୍ରିଜ ଉପରେ ଗାଡ଼ି ଚଳାଚଳ ନେଇ ଏନଏଚଏଆଇ ଆହୁରି ୨୪ ଘଂଟା ସମୟ ନେବାରୁ ଅପଦସ୍ଥ ହୋଇଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ । ହେଲେ ଆଜି ସମସ୍ତ କାମ ସରିବା ପରେ ପୋଲ ଉପରେ ଗାଡ଼ି ଚଳାଚଳ କରିଛି । ପୂର୍ବରୁ ବ୍ରିଜ୍ ସ୍ଲାବ ଦବିବା, ବାଲିବସ୍ତା ପୋଡିଯିବା, ଠିକାଦାର-ଏନଏଚଏଆଇ ବିବାଦ କୋର୍ଟରେ ପହଂଚିବା ଭଳି ବିଭିନ୍ନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଏହି ବ୍ରିଜ୍ କାର୍ଯ୍ୟକ୍ଷମ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା ।

ଦେଖନ୍ତୁ ଏହି ଭିଡ଼ିଓ –