ପାଣି ପାଇଁ ତାତିଲେ ମହିଳା ! ମହାକାଳପଡ଼ା ଜଳଯୋଗାଣ ଅଫିସରେ ଭାଙ୍ଗିଲେ ମାଠିଆ

22

କନକ ବ୍ୟୁରୋ: ପାନୀୟ ଜଳ ସମସ୍ୟାକୁ ନେଇ ତାତିଲେ ମହିଳା । ଜଳ ଯୋଗାଣ ଦାବିରେ ବିଭାଗୀୟ କାର୍ଯ୍ୟାଳୟ ଆଗରେ ମାଠିଆ ଭାଙ୍ଗିଲେ ମହିଳା । ସମୁଦ୍ର ଘେରରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ପାନୀୟ ଉପଯୋଗୀ ପାଣି ଟୋପେ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପିଇବା ପାଣି ପାଇଁ ପ୍ରଶାସନକୁ ବାରମ୍ବାର ଗୁହାରି କରି ନିରାସ ହେବା ପରେ ଏଭଳି କାଣ୍ଡ କରିଛନ୍ତି ମହାକାଳପଡ଼ାର ମହିଳାମାନେ ।

ଆଜି ସକାଳୁ ସକାଳୁ ମାଠିଆ ମୁଣ୍ଡାଇ ଆରଡବ୍ଲୁଏସଏସ୍ ସେକ୍ସନ ଅଫିସ୍ ଆଗରେ ପହଂଚିଥିଲେ ମହିଳାମାନେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପାଣି ଦିଅ କହି ନାରା ବାଜି କରି ଭାଙ୍ଗିଥିଲେ ମାଠିଆ । ଆସନ୍ତା ୭ ଦିନ ଭିତରେ ପାଣି ସମସ୍ୟାର ସମାଧାନ ଦାବିରେ ଗଣଧାରଣା ଦେଇଛନ୍ତି ସ୍ଥାନୀୟ ଲୋକ । ଆଗକୁ ଭଲ ପିଇବା ପାଣି ମୁନ୍ଦେ ନମିଳିଲେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଲୋକେ ।