ପିଲା, ସ୍ତ୍ରୀ ଥିବା ବେଳେ ଦ୍ୱିତୀୟ ବିବାହ କରୁଥିଲେ ପୁଅ । କଲର ଧରି ଥାନାକୁ ଟାଣିନେଲେ ବାପା,ଭିଡିଓ ଭାଇରାଲ

480

କନକ ବ୍ୟୁରୋ : ସ୍ତ୍ରୀକୁ ଧୋକାଦେଇ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ଯୁବକ । ଏକଥା ବାପା ଜାଣିପାରିଲେ, ଆଉ ଟାଣି ଟାଣି ନିଜ ପୁଅକୁ ଥାନାକୁ ନେଲେ ବାପା । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ଏଡ଼ତାଳ ଗ୍ରାମପଂଚାୟତ ଅଧୀନ ବିଷ୍ଣୁ ମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନାଙ୍କ ସହ ତୁଳସୀ ଜେନାଙ୍କ ବିବାହ ୧୦ ବର୍ଷ ତଳେ ହୋଇଥିଲା । ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି । କିନ୍ତୁ ଏଭିତରେ ଅଜୟଙ୍କର ଚାନ୍ଦିମାଳ ଅଂଚଳର ଜଣେ ମହିଳାଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ଏହାସହ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ି ଚାନ୍ଦିମାଳ ଅଂଚଳର ମହିଳାଙ୍କୁ ବିବାହ କରିବାକୁ ସ୍ଥିର କରି କରିଥିଲେ । ହେଲେ ସ୍ତ୍ରୀଙ୍କ ଠାରୁ ଏସବୁ କଥା ଲୁଚାଇ ରଖିଥିଲେ । ବାସୁଦେବପୁର କୋର୍ଟରେ ବିବାହ କରିବା ପାଇଁ ଯାଇଥିବା ବେଳେ ଏନେଇ ଅଜୟଙ୍କ ସ୍ତ୍ରୀ ତୁଳସୀ ଜାଣିବାକୁ ପାଇଥିଲେ । ଏହାସହ ନିଜ ଶ୍ୱଶୁର ଓ ପୁଅଙ୍କ ସହ ଘଟଣାସ୍ଥଳରେ ପହଂଚିଥିଲେ । ଏହାସହ ନିଜ ପ୍ରୁଅ ଅଜୟକୁ ପୋଲିସର ଜିମା ଦେଇଥିଲେ ତାଙ୍କ ବାପା ।