ଋଷ ବାହୁବଳୀଙ୍କ ନୂଆ ରେକର୍ଡ, ଏକା ସାଥିରେ ଟାଣିଲେ ୧୫.୬ ଟନ୍ ଓଜନର ୩ ଟି ହେଲିକପ୍ଟର

146

କନକ ବ୍ୟୁରୋ : ଅନେକ ଓଜନର ସାମଗ୍ରୀ ଟାଣି ଆଗରୁ ଅନେକ ରେକର୍ଡ ଭାଙ୍ଗିଥିବା ଋଷର ବାହୁବଳୀ ଅଗଇଜାନୟାନ ଓରଫ ରସିଆନ ହକ୍ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖେଳଖେଳି ନିଜ ନାମରେ ନୂଆ ରେକର୍ଡ ଜୋଡିଛନ୍ତି  ।

ରସିଆନ ହକ ବଳ ପ୍ରୟୋଗ କରି ଯାହା କରିଛନ୍ତି ତାହା କେହି ବି ବିଶ୍ୱାସ କରିପାରିବେ ନାହିଁ । ଏହାର ଏକ ଭିଡିଓ ଏବେ ଭାଇରାଲ ହେବା ପରେ ଯିଏ ଦେଖୁଛି ସେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରୁ ନାହିଁ । ଅଗଇଜାନୟାନ ଏକା ସାଙ୍ଗରେ ୧୫.୬ ଟନ୍ ଓଜନର ୩ ଟି ହେଲିକପ୍ଟରକୁ ରସି ସହାୟତାରେ ଟାଣିଥିଲେ । କେବଳ ସେତିକି ନୁହେଁ ଏହି ହେଲିକପ୍ଟରଗୁଡିକୁ ଟାଣିବା ବେଳେ ରସିଆ ହକ୍ ଆଉ ଏକ କାରନାମା ବି ଦେଖାଇଛନ୍ତି । ସେ ପାର୍ଟିରେ ଏକ ମେଡିକାଲ ହିଟିଂ ପେଡ ବା ଗରମା ପାଣିଥିବା ବୋତଲକୁ ଏତେ ଜୋରରେ ଫୁଙ୍କିଥିଲେ କି ବୋତଲଟି ମଧ୍ୟ ଫାଟି ଯାଇଥିଲା ।

ମିଳିଥିବା ସୂଚନା ମୁତାବକ ଦୁଇଟି ଅସେଂଟ ହେଲିକପ୍ଟର ଓ ଗୋଟିଏ ଏମଆଇ-୮ ହେଲିକପ୍ଟର ଜାହାର ମୋଟ ଓଜନ ୧୫.୬ ଟନ୍ , ଏହାକୁ ଅଗଇଜାନୟନ ୨୪.୬୩ ସେକେଣ୍ଟରେ ୪.୩ ମିଟର ପର୍ଯ୍ୟନ୍ତ ଟାଣି ଆଣିଥିଲେ  । ଏହି ସମୟରେ ହେଲିକପ୍ଟରଗୁଡିକୁ ଏକ ସମାନ୍ତରାଳରେ ରଖାଯାଇଥିଲା ।