କେତେ ସୁରକ୍ଷିତ ରୁଷର ଯୁଦ୍ଧାସ୍ତ୍ର ? ୟୁକ୍ରେନ୍ ଯୁଦ୍ଧକୁ ଅନୁଧ୍ୟାନ କରୁଛି ଭାରତୀୟ ସେନା; ବହୁଳ ଭାବେ ରୁଷ ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ବ୍ୟବହାର କରୁଛି ଭାରତ

174

କନକ ବ୍ୟୁରୋ : କେତେ ସୁରକ୍ଷିତ ରୁଷର ଯୁଦ୍ଧାସ୍ତ୍ର । ରୁଷ-ୟୁକ୍ରେନ୍ ଯୁଦ୍ଧକୁ ଅନୁଧ୍ୟାନ କରୁଛି ଭାରତୀୟ ସେନା । ଭାରତୀୟ ସେନା ବହୁଳ ଭାବେ ରୁଷର ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ଉପରେ ନିର୍ଭରଶୀଳ । ତେଣୁ ଉଭୟ ଦେଶର ଯୁଦ୍ଧରୁ ଯଥୋଚିତ ଶିକ୍ଷା ହାସଲ ପାଇଁ ଯୁଦ୍ଧକୁ ଅନୁଧ୍ୟାନ କରୁଛି ଭାରତୀୟ ସେନା ।

 

ଉଭୟ ସେନାର ଋଚ୍ଚନୀତି, ଏଥିରେ ଥିବା ତ୍ରୁଟି, ବ୍ୟବହାର ହେଉଥିବା ଅସ୍ତ୍ରର ସାମର୍ଥ୍ୟ ଏବଂ ଉପଯୋଗିତା ନେଇ ଅଧ୍ୟୟନ କରାଯାଉଛି । ୪୯ ଦିନ ହେବ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧରେ ରୁଷକୁ ବହୁମୂଲ୍ୟ ଦେବାକୁ ପଡୁଛି । ରୁଷର ୧୫ ହାଜରରୁ ଅଧିକ ସୈନିକ ନିହତ ହୋଇଥିବା ୟୁକ୍ରେନ୍ ଦାବି କରୁଛି । ଏହା ସହ ରୁଷ ସେନା ମଧ୍ୟ ୪୭୬ ଟ୍ୟାଙ୍କ ହରାଇଥିବା କୁହାଯାଉଛି । ଏହା ସହ ୟୁକ୍ରେନ୍ ସେନା ରୁଷକୁ ଯେପରି ବିଭିନ୍ନ ସ୍ଥାନରେ ରୋକିବାରେ ସଫଳ ହେୁଛି ତାହା ମଧ୍ୟ ଉଦାହରଣୀୟ ।