ରାଉରକେଲା : ଏସବିଆଇ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟି ନେଲେ ଦୃର୍ବୃତ୍ତ

42

କନକ ବ୍ୟୁରୋ : ଏଟିଏମ ଭାଙ୍ଗି ଲୁଟ୍ । ରାଉରକେଲା ଏସବିଆଇ ଏଟିଏମରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୁନ୍ଦରଗଡ ଥାନା ଡୁମେତା ଏସବିଆଇ ଏଟିଏମ ତାଡି ଦେଇଛନ୍ତି ଦୁର୍ବୃତ୍ତ । ଶାବଳ ଓ ହାତୁଡି ସାହାଯ୍ୟରେ ଏଟଏମକୁ ତାଡି ଦେଇଛନ୍ତି ଦୁର୍ବୃତ୍ତ । ଲୁଟ ପାଇଁ ବ୍ୟବହୃତ ସରଂଜାମ ମଧ୍ୟ ଏଟିଏମ ନିକଟରେ ପଡିରହିଛି । ଏଥିରେ ଥିବା ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ମଧ୍ୟ ଛାନଭିନ୍ କରୁଛି । ଏଟିଏମ ଠାରୁ କିଛି ଦୂରରେ ଏଟିଏମର ଯନ୍ତ୍ରାଂଶ ପଡିଥିବା ଦେଖିବାକୁ ମିଳିଛି ।