ଓଜନ କମାଇବା ପାଇଁ ଚାହୁଁଛନ୍ତି କି ? ସକାଳେ ପରିତ୍ୟାଗ କରନ୍ତୁ ୫ଟି ପାନୀୟ

82

ପ୍ରତିଦିନର ସକାଳୁ ଉଠି ସମସ୍ତେ ଚା, କଫି ବା ଫଳ ରସ ପିଇବାକୁ ଭଲ ପଆନ୍ତି । ବ୍ୟାୟାମ ପରେ କିଛି ଲୋକ ଫଳ ରସ ପିଇବାକୁ ସ୍ୱାସ୍ଥ୍ୟକର ମନେ କରିଥାନ୍ତି । କିନ୍ତୁ ଏହା ଆପଣଙ୍କ ଶରୀରର ଓଜନ ବଢ଼ାଉଛି ତାହା ଆପଣ ଜାଣିଛନ୍ତି କି ? ଆଜ୍ଞା ହଁ ! ସକାଳ ସମୟରେ ଆପଣ ପିଉଥିବା କିଛି ପାନୀୟ, ଯାହା ଆପଣଙ୍କୁ ସୁସ୍ଥ ରଖିବା ବଦଳରେ ଆପଣଙ୍କ ଶରୀରର ଓଜନ ଏବଂ କ୍ୟାଲୋରି ବଢ଼ାଇବାରେ ସାହାଯ୍ୟ କରୁଛି । କିଛି ଲୋକ ସୁସ୍ଥ ରହିବା ପାଇଁ କଫି କି ଚା’ ବଦଳରେ ଫଳ ରସ ପିଇବାକୁ ଭଲ ପାଇଥାନ୍ତି । କିନ୍ତୁ ଏହା ଶରୀରରେ କ୍ୟାଲୋରି ଅଂଶକୁ ବଢ଼ାଇବା ସହ ଆପଣଙ୍କୁ ମୋଟା କରିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସକାଳ ସମୟରେ କେଉଁ ୬ଟି ପାନୀୟକୁ ଆପଣ ତ୍ୟାଗ କରିବା ନିହାତି ଦରକାର ।

୧. କିଛି ଲୋକ ସକାଳୁ ସକାଳୁ ମିଠା ଲସି ପିଇବାକୁ ଭଲ ପାଇଥାନ୍ତି । ଉତ୍ତର ଏବଂ ପଶ୍ଚିମ ଭାରତରେ ଲୋକମାନେ ସକାଳର ଆରମ୍ଭ ଲସିରୁ କରିବା ପାଇଁ ଭଲ ପାଇଥାନ୍ତି । କିନ୍ତୁ ଏଥିରେ ଥିବା ଫ୍ୟାଟ୍‌ ଏବଂ ଚିନି ଅଂଶ ଆପଣଙ୍କ ଶରୀରର ଓଜନ ବଢ଼ାଇଥାଏ ତାହା ଆପଣ ଜାଣିଛନ୍ତି ତ ?

୨. ଦୁଗ୍ଧ ଶରୀର ପାଇଁ ସ୍ୱାସ୍ଥ୍ୟକର ତାହା ଆମେ ସମସ୍ତେ ଜାଣିଛେ । ଏଥିରେ ଅଧିକ ପୋଷଣ ତତ୍ତ୍ୱ ଥିବାରୁ ଏହା ଶରୀରକୁ ସୁସ୍ଥ କରିବା ସହ ଶକ୍ତି ଯୋଗାଇଥାଏ । କିନ୍ତୁ ଏଥିରେ କିଛି ଲୋକ ଆଲମଣ୍ଡ ଓ ଚକୋଲେଟ ସିରପ୍‌ ଏବଂ ଚିନି ମିଶାଇ ପିଇବାକୁ ଭଲ ପାଇଥାନ୍ତି । ଯାହା କି ଦୁଗ୍ଦରେ କ୍ୟଲୋରି ଅଂଶକୁ ବଢ଼ାଇବା ସହ ଏହାକୁ ପ୍ରତିଦିନ ପିଇଲେ ଶରୀରର ଓଜନ ଧୀରେ ଧୀରେ ବଢ଼ିଥାଏ ।

୩. ସକାଳୁ ସକାଳୁ ଲୋକମାନେ ଫଳକୁ କାଟି ଖାଇବା ଅପେକ୍ଷା ଫଳ ରସକୁ ପିଇବାକୁ ଭଲ ପାଇଥାନ୍ତି । କିନ୍ତୁ ଫଳ ରସ ଅପେକ୍ଷା କଟା ଯାଇଥିବା ଫଳ ଶରୀର ପାଇଁ ଅଧିକ ସ୍ୱାସ୍ଥ୍ୟକର ହୋଇଥାଏ ତାହା ଆପଣ ଜାଣିଛନ୍ତି ତ ? ଫଳ ରସରେ ବିଭିନ୍ନ ପ୍ରକାରର କ୍ୟଲୋରି ଯୁକ୍ତ ଜିନିଷ ମିଶି କରି ଥାଏ ଯାହା କି ଶରୀରର ଓଜନକୁ ବଢ଼ାଏ । କାରଣ ଏକ ଗ୍ଲାସ ଫଳ ରସରେ ପ୍ରାୟ ୨୨୦ ପର୍ଯ୍ୟନ୍ତ କ୍ୟଲୋରି ରହିଥାଏ ।

୪.ଭାରତର କିଛି ସ୍ଥାନରେ ଲୋକମାନେ ମଇଁଷି କ୍ଷୀର ପିଇବାକୁ ଭଲ ପାଇଥାନ୍ତି । ଏଥିରେ ୨୮୦ କ୍ୟଲୋରି ଥିବା ସହ ଫ୍ୟାଟ ଅଂଶ ୧୬.୮୧କେ.ଜି ରହିଥାଏ । ଯାହାକି ମଣିଷକୁ ମୋଟା କରାଇଥାଏ ।

୫.ଯଦି ଆପଣ ମୋଟା ହେବାକୁ ଚାହୁଁ ନାହାନ୍ତି ତେବେ କ୍ଷୀର ଏବଂ କଦଳୀକୁ ଏକା ସାଙ୍ଗରେ ଖାଇବା ବନ୍ଦ କରନ୍ତୁ । ଗୋଟେ କଦଳୀରେ ପ୍ରାୟ ୧୦୮ ପର୍ଯ୍ୟନ୍ତ କ୍ୟାଲୋରି ଥାଏ । ତାହା ହେଲେ ଭାବନ୍ତୁ କ୍ଷୀର ଏବଂ କଦଳୀକୁ ମିଶାଇ ଖାଇଲେ ଆପଣଙ୍କ ଶରୀର ଉପରେ କିପରି ଏହାର ପ୍ରଭାବ ପଡ଼ିବ ?