ମ୍ୟାଚ୍ ମଝିରେ କ୍ୟାପଟେନ୍ ରୋହିତ ଶର୍ମା ଆହତ । ଦିନିକିଆ ସିରିଜରୁ ହେବେ କି ଆଉଟ୍ ?

107

କନକ ବ୍ୟୁରୋ: ଆହତ ହେଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା । ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାକୁ ପଡିଛି । ତେବେ ରୋହିତ ଶର୍ମା ସିରିଜରୁ ବାଦ୍ ପଡିବେ, ନା ମ୍ୟାଚ୍ ଖେଳିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବିସିସିଆଇ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଫିଲ୍ଡିଂ କରୁଥିବା ସମୟରେ ଭାରତୀୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି । ବିସିିସିଆଇର ମେଡିକାଲ ଟିମ୍ ଏହାକୁ ଦେଖୁଛନ୍ତି । ତାଙ୍କୁ ସ୍କାନ୍ ପାଇଁ ନିଆଯାଇଛି ବୋଲି ବିସିସିଆଇ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ପ୍ରଥମ ଦିନିକିଆକୁ ବାଂଲାଦେଶଠାରୁ ହାରି ସିରିଜରେ ଟିମ୍ ଇଣ୍ଡିଆ ଏବେ ୧-୦ରେ ପଛୁଆ ଅଛି । ତେଣୁ ଏହି ମ୍ୟାଚ୍ ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏଭଳି ସ୍ଥିତିରେ ଦଳର ଅଧିନାୟକ ଆହତ ହେବା ଦଳକୁ ଏକ ବଡ ଝଟକା ବୋଲି କୁହାଯାଉଛି । ତେବେ ରୋହିତ ଆଗକୁ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।