ଆଦିମ ବଣ୍ଡା ଜନଜାତିଙ୍କୁ ମିଳୁନି ଆମ୍ବୁଲେନ୍ସ ସେବା । ପୁଣି ଭାରରେ ବୁହା ହେଲେ ବଣ୍ଡା ଯୁବତୀ

65

କନକ ବ୍ୟୁରୋ: ପୁଣି ଭାରରେ ବୁହା ହେଲେ ବଣ୍ଡା ଯୁବତୀ । ଆଦିମ ବଣ୍ଡା ଜନଜାତିଙ୍କୁ ମିଳୁନି ଆମ୍ବୁଲେନ୍ସ ସେବା । ବଣ୍ଡା ଘାଟିରେ ପହଁଚି ପାରୁନି ୧୦୨ ଓ ୧୦୮ ଆମ୍ବୁଲାନ୍ସ । ତେଣୁ ଭାରରେ ବୁହା ହୋଇ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହୋଉଛନ୍ତି ବଣ୍ଡା ଜନଜାତିର ଲୋକେ । ଗତକାଲି ମୁଦୁଲିପଡା ସ୍ଥିତ ବଡପଡା ଗାଁରେ ଏମିତି ଏକ ଅଭାବନୀୟ ସାମ୍ନାକୁ ଆସିଛି ।

ଗାଁରେ ପୁଷ ପରବ ଚାଲୁ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ ସେଇ ଗାଁର ଜଣେ ଷଷ୍ଠ ଶ୍ରେଣୀ  ଛାତ୍ରୀ । ତେବେ ଗାଁରେ ମୋବାଇଲ ସେବା କି ଆମ୍ବୁଲାନ୍ସ ସେବା ନଥିବାରୁ ଗ୍ରାମବାସୀ ଏମିତି ଭାରରେ ବୋହି ଝିଅଟିକୁ  ନଇ ନାଳ, ପାହାଡ-ପର୍ବତ ଅତିକ୍ରମ କରି ମଦୁଲିପଡା ଡାକ୍ତରଖାନାକୁ ଆଣିଥିଲେ । ଅଭିମୁଖେ ବାହାରିପଡି ଥିଲେ ପରିବାର ଲୋକେ ।

 

ତେବେ ସୌଭାଗ୍ୟବଶତଃ ପ୍ରାୟ ଦୁଇ କିଲୋମିଟର ଭାରରେ ବୁହା ହେବା ପରେ ପର୍ଯ୍ୟଟକଙ୍କ ଏକ ଗାଡିରେ ଷଷ୍ଠ ଶ୍ରେଣୀର ଏହି ଛାତ୍ରୀ ଜଣଙ୍କୁ ମୁଦୁଲିପଡା ଡାକ୍ତରଖାନାକୁ ନିଆଯାଇଥିଲା । ଫଳରେ ଝିଅଟିର ଜୀବନ ବଂଚି ଯାଇଛି । ତେବେ ବଣ୍ଡା ଘାଟିରେ ଏହା ନିୟମିତ ଘଟଣା ବୋଲି କହିଛନ୍ତି ସ୍ୱେଚ୍ଛା ସେବୀ ସଂସ୍ଥା ଦ୍ୱାର ପରିଚାଳିତ ମଦୁଲିପଡା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରର ମେଡିକାଲ ଅଫିସର ।