ଆରଟିଓଙ୍କୁ ଚାପିଦେଲା ହାଇୱା ! ଯାଜପୁର ପାଣିକୋଇଲିରେ ଗାଡି ତନଖି ବେଳେ ପଛ ପଟୁ ଦେଲା ଧକ୍କା

34

କନକ ବ୍ୟୁରୋ: ହାଇୱା ଧକ୍କାରେ ଆରଟିଓଙ୍କ ମୃତ୍ୟୁ । ଗାଡ଼ି ତନଖି ବେଳେ ଯାଜପୁର ଟାଉନ ଆରଟିଓ ମନୋଜ ବେହେରାଙ୍କ ମୃତ୍ୟୁ ହୋଇଛି । ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ଚାନ୍ଦପୁର ଠାରେ ଗାଡ଼ି ତନଖିବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ମନୋଜଙ୍କ ହୁଣ୍ଡାଇ ଗାଡ଼ି ମିଳିଛି ।

ସୁଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଶ୍ରୀ ବେହେରା ବାଲି, ଚିପ୍ସ, ବୋଲଡ଼ର୍ ଚାଲାଣ ଯାଂଚ ବେଳେ ପଛୁପଟୁ ହାଇୱା ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ଆରଟିଓଙ୍କ ମୃତ୍ୟୁ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।