ଆଜିଠାରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ, ଜାଣନ୍ତୁ କେମିତି ଥିଲା ରାଜନୈତିକ ଜୀବନ ଯାତ୍ରା

224

କନକ ବ୍ୟୁରୋ : ଏକ ନାଟକୀୟ ମୋଡରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଇସ୍ତଫା ଦେବା ପରେ ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଗରେ ଥିଲେ । ହେଲେ ଆଜି ଏହି ପଦ ପାଇଁ ଋଷି ସୁନକ ଶପଥ ନେବାକୁ ଯାଉଛନ୍ତି ।

ଏହା ପୂର୍ବରୁ ସୁନକ ବୋରିସ ଜନସନଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିଲେ । ସେ କରୋନା କାଳରେ ଜବ୍ ରିଟେନସନ ସ୍କିମ୍ ଲାଗୁ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏହାପରେ ପ୍ରଧାନମନ୍ତ୍ରୀ ଥିବା ବୋରିସ ଜନସନ ଦେଶର ଦରବୃଦ୍ଧି ଓ ଆର୍ଥିକ ସ୍ଥିତିକୁ ନେଇ ଜନତାଙ୍କ ବିରୋଧରେ ସମ୍ମୁଖୀନ ହୋଇ ଇସ୍ତଫା ଦେଇଥିଲେ । ସେପଟେ ଦେଶରେ ପୁଣିଥରେ ନିର୍ବାଚନ ହୋଇଥିଲା । ହେଲେ ଏହି ନିର୍ବାଚନରେ ବୋରିସ ଜନସନ ପ୍ରତିଦ୍ୱନ୍ଦିତା କରିନଥିଲେ । ଗୋଟିଏ ପଟେ ଋଷି ସୁନକ ଓ ଅନ୍ୟପଟେ ଲିଜ୍ ଟ୍ରସ ନିର୍ବାଚନ ଲଢିଥିଲେ । ଶେଷ ମୁହୂତ୍ତ୍ୱରେ ଲିଜ ଟ୍ରସ ନିର୍ବାଚନରେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ସେ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୁରଣ ନକରିପାରିବାରୁ ପ୍ରଧାନମନ୍ତ୍ରୀ ହେବାର ମାତ୍ର ୬ ସପ୍ତାହ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଋଷି ସୁନକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତାଙ୍କର ଜନ୍ମ ବ୍ରିଟେନରେ ହୋଇଥିଲେ ବି ତାଙ୍କ ପରିବାର ପଞ୍ଜାବର ବାସିନ୍ଦା ।