ଖେଳାଳିଙ୍କୁ କୁଲ୍ ରଖିବ ‘କୁଲ ଡାଉନ’ । ଗ୍ଲୋବାଲ ଫିଜିଓ ସେଲ ତରଫରୁ ପ୍ରସ୍ତୁତି

100

କନକ ବ୍ୟୁରୋ : ଖେଳାଳିଙ୍କୁ କୁଲ୍ ରଖିବ ‘କୁଲ ଡାଉନ’ । ଗ୍ଲୋବାଲ ଫିଜିଓ ସେଲ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ବ୍ୟବହାର କଲେ ଖେଳାଳି ତୁଳନାତ୍ମକ ଭାବେ ଅଧିକ ସମୟ ଖରାରେ ଖେଳି ପାରିବା ସହ ଅଭ୍ୟାସ କରିପାରିବେ । ଖେଳାଳି ବେକ ଚାରିପଟେ ଏହାକୁ ରଖିଲେ ଶରୀର ଥଣ୍ଡା ହେବା ସହିତ ମସ୍ତିଷ୍କକୁ ରକ୍ତ ସଞ୍ଚାଳନରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।

ଫିଜିଓ ସେଲର ପ୍ରତିଷ୍ଠାତା ମୁକ୍ତି ପ୍ରସାଦ ଦାସ ଆଗରୁ ମଧ୍ୟ ଉଭୟ ଭାରତୀୟ ଫୁଟବଲ ଓ ହକି ଦଳର ଫିଜିଓ ଭାବରେ କାର୍ଯ୍ୟ ତୁଲେଇଛନ୍ତି । ତେଣୁ ଖେଳାଳି ମାନଙ୍କ ପାଇଁ କେଉଁ ଭଳି ଭାବରେ ଖରା ଏକ ବାଧକ ସାଜେ ତାହା ସେ ଅନୁଭବ କରିଥିଲେ ଓ ତାକୁ ନଜରରେ ରଖି କୁଲ୍ ଡାଉନ୍ ପ୍ରସ୍ତୁତ କରିଛନ୍ତି ।