ଭଞ୍ଜନଗର ଭାଲିଆଖାଇ ଗାଁରେ ଚୋର ଆତଙ୍କ । ପୋଲିସକୁ ଭରସା ନକରି ଚୋର ଧରିବାକୁ ରାତି ଉଜାଗର ହେଲେ ଗାଁ ଲୋକେ

81

କନକ ବ୍ୟୁରୋ : ଚୋର ଧରିବାକୁ ରାତି ଉଜାଗର ହେଲେ ଗାଁ ଲୋକେ । ଭଞ୍ଜନଗର ଥାନା ଅଧୀନ ଭାଲିଆଖାଇ ଗ୍ରାମରେ ସପ୍ତାହକ ମଧ୍ୟରେ ତିନି ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଚୋରୀ ହୋଇନଥିଲେ ମଧ୍ୟ ଚୋରଙ୍କୁ ନେଇ ଲୋକେ ଆତଙ୍କିତ । ଘରର ପଛ କବାଟ ତାଡି ଦୁର୍ବୃତ୍ତମାନେ ଘରେ ପଶି ସୁନା ଅଳଙ୍କାର ସହ ଟଙ୍କା ଚୋରୀ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ହେଲେ ପୋଲିସର ହାତ ଖାଲି ରହିଛି । ଏହାପରେ ପୋଲିସ ଉପରେ ଭରସା ନକରି ଚୋର ଧରିବାକୁ ଗାଁ ଲୋକେ ରାତି ହେଲେ ଉଜାଗର ରହୁଥିବା ଦେଖିବାକୁ ମିଳିଛି ।