ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରୁ ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନସିପ । ମହିଳା ୧୦୦ ମିଟର ଦୌଡରେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ପ୍ରଥମ

41

କନକ ବ୍ୟୁରୋ : ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସରୁ ୱାର୍ଲ୍ଡ ଆଥଲେଟିକ ଚାମ୍ପିଅନସିପକୁ କ୍ୱାଲିଫାଏ କଲେ ଓଡ଼ିଆ ଅଥଲେଟ ଲାଲୁ ପ୍ରସାଦ ଭୋଇ । ଲଙ୍ଗ ଜମ୍ପରେ ୭.୫୮ ମିଟର ଜମ୍ପ କରି ୱାଲ୍ଡ଼ ଆଥଲେଟିକ ଚାମ୍ପିଅନସିପ ପାଇଁ ସ୍ଥାନ ପକ୍କା କରିଛନ୍ତି ଲାଲୁ । ସେହିପରି ମହିଳା ୧୦୦ ମିଟର ଦୌଡରେ ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ପ୍ରଥମ ହୋଇଛନ୍ତି । ୧୧.୮୭ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି ଶ୍ରାବଣୀ ।

ସେହିପରି ପୁରୁଷ ୧୦୦ ମିଟର ଦୌଡ ରେସ ବି’ରେ ଅମିୟ ମଲ୍ଲିକ ପ୍ରଥମ ହେଇଥିବା ବେଳେ ଆରିୟନ ଏକ୍କା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅମିୟ ୧୦.୭୪ ସେକେଣ୍ଡ ଓ ଆରୀୟନ୍ ୧୦.୮୬ ସେକେଣ୍ଡରେ ଲକ୍ଷ୍ୟସ୍ଥଳ ପୂରଣ କରିଛନ୍ତି । ସେହିପରି ରେସ ଏ’ ରେ ଅଭିଜିତ ସାହୁ ୧୧.୫୯ ସେକେଣ୍ଡରେ ଅତିକ୍ରମ କରି ତୃତୀୟ, ରେସ ସି’ ରେ ଅବିନାଶ ସାହୁ ୧୦.୯୮ ସେକେଣ୍ଡ ରେ ଅତିକ୍ରମ କରି ଦ୍ୱିତୀୟ ଓ ରେସ ଡି’ ରେ ମହେନ୍ଦ୍ର ସାନ୍ତ ୧୧.୨୭ ସେକେଣ୍ଡ ରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।