‘ରେଡ ଲାଇଟ ଅନ, ଗାଡି ଅଫ୍’ କ୍ୟାମ୍ପେନକୁ ନେଇ ପ୍ରଶ୍ନ ଉଠାଇଲେ ଦିଲ୍ଲୀ ଉପରାଜ୍ୟପାଳ। ସିଏମ୍ କେଜ୍ରିୱାଲଙ୍କ ପାଖକୁ ଫେରାଇ ଦେଲେ ଫାଇଲ।

93

କନକ ବ୍ୟୁରୋ:  ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା ଦିଲ୍ଲୀରେ ରେଡ୍ ଲାଇଟ ଅନ୍ ଗାଡି ଅଫ୍ କ୍ୟାମ୍ପେନ ସହ ଜଡିତ ଫାଇଲକୁ ଫେରାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସେ ଏହି ଫାଇଲ ଫେରାଇଦେଇଛନ୍ତି । ଏନେଇ ସେ ଅନେକ ପ୍ରଶ୍ନ ଉଠାଇଛନ୍ତି । କେବଳ ଏତିକି ନୁହେଁ ଉପରାଜ୍ୟପାଳ ଦିଲ୍ଲୀ ସରକାରଙ୍କୁ ଏହା ଉପରେ ପୁର୍ନବିଚାର କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ପକ୍ଷରୁ କୁହାଯାଇଛି ଯେ, ଏନେଇ କୌଣସି ପ୍ରମାଣ ନାହିଁ ଏହିଭଳି କ୍ୟାମ୍ପେନ ଚଳାଇବା ଦ୍ୱାରା ବାୟୁ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆସିପାରିବ । ଏହା କରିବା ଦ୍ୱାରା ଆମେ ସିଭିଲ ଡିଫେନ୍ସ ଭଲେଣ୍ଟିଅର୍ସଙ୍କ ସ୍ୱାସ୍ଥ୍ୟ ସହ ଖେଳୁଛେ ।

ବିନୟ ସକସେନାଙ୍କ କହିବା କଥା ଯେ ସିଭିଲ ଡିଫେନ୍ସ ଭଲେଣ୍ଟିଅର୍ସ ପ୍ରଦୂଷଣ ଏବଂ ଟ୍ରାଫିକରେ ଅନେକ ସମୟ ଧରି ଛିଡା ହୋଇରହିଥାନ୍ତି । ଏହା ଅମାନବୀୟ ତଥା ସେମାନଙ୍କ ପ୍ରତି ଶୋଷଣ । ଉପରାଜ୍ୟପାଳ ଆହୁରି ମଧ୍ୟ ଲେଖିଛନ୍ତି ଏହି କ୍ୟାମ୍ପେନରେ ସିଭିଲ ଡିଫେନ୍ସ ଭଲେଣ୍ଟିଅର୍ସଙ୍କୁ ପ୍ରଦୂଷଣ ଭିତରେ ଛିଡାକରି ରଖାଯାଇପାରିବ ନାହିଁ । ସେ ରାଜସ୍ୱ ଏବଂ ଆଇନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉଭୟ ବିଭାଗ ଏହାର ଯାଞ୍ଚକରିବ ଯେ ସିଭିଲ ଡିଫେନ୍ସ ଭଲେଣ୍ଟିଅର୍ସଙ୍କୁ ଏହି କ୍ୟାମ୍ପେନ ଜରିଆରେ ବ୍ୟବହାର କରାଯାଇପାରିବ ନା ନାହିଁ ।