ଆଇପିଏଲ ପ୍ଲେ-ଅଫ୍ ଟିମ୍ ଚୂଡ଼ାନ୍ତ । ଦିଲ୍ଲୀକୁ ମୁମ୍ବାଇ ହରାଇବା ପରେ ଚତୁର୍ଥ ଟିମ୍ ଭାବେ ପ୍ରବେଶ କଲା ବାଙ୍ଗାଲୋର

193

କନକ ବ୍ୟୁରୋ : ଚଳିତ ଆଇପିଏଲର ପ୍ଲେ ଅଫରେ ଖେଳିବାକୁ ଥିବା ଦଳଙ୍କ ନିଷ୍ପତି ହୋଇସାରିଛି । ଚତୁର୍ଥ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଗୁଜରାଟ ଟାଇଟନ୍ସ, ଲକ୍ଷେ୍ନø ସୁପର ଜାଏଂଟସ୍, ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କ ମଧ୍ୟରେ ଏବେ ଟ୍ରଫି ପାଇଁ କଡ଼ା ଲଢ଼େଇ ହେବ ।
ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲକୁ ହରାଇଦେବା ପରେ ବାଙ୍ଗାଲୋର ପ୍ଲେ-ଅଫରେ ପ୍ରବେଶ କରିବା ସମ୍ଭବ ହୋଇପାରିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ ହରାଇ ୧୫୯ ରନ୍ କରିଥିଲା । ଏହାର ଜବାବରେ ମୁମ୍ବାଇ ୫ ୱିକେଟ ହରାଇ ବିଜୟ ହାସଲ କରିନେଇଥିଲେ । ଲିଗ୍ ପର୍ଯ୍ୟାୟରେ ଗୁଜରାଟ ଟାଇଟନ୍ସ ୧୪ଟି ମ୍ୟାଚରୁ ୧୦ଟି ବିଜୟୀ ହୋଇ ପଏଂଟ ତାଲିକାର ଏକ ନମ୍ବର ସ୍ଥାନରେ ରହିଛି । ଏହା ତଳକୁ ରାଜସ୍ଥାନ ରୟାଲ୍ସ ୧୪ଟି ମ୍ୟାଚରୁ ୯ଟିରେ ବିଜୟୀ ହୋଇଛି । ସେହିପରି ଲକ୍ଷେ୍ନø ସୁପର ଜାଏଣ୍ଟସ୍ ୧୪ଟିରୁ ୯ଟି ମ୍ୟାଚ୍ ଓ ବାଙ୍ଗାଲୋର ୮ଟି ମ୍ୟାଚ୍ ଜିତିଛି ।