ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ରାୟଗଡା ବିଷମକଟକ ସରପଞ୍ଚଙ୍କ ଧାରଣା । ପଢନ୍ତୁ, କାହିଁକି ଧାରଣା ଦେଲେ ସରପଞ୍ଚ …

92

କନକ ବ୍ୟୁରୋ: ବିଡିଓ କାର୍ଯ୍ୟଳୟ ସମ୍ମୁଖରେ ସରପଞ୍ଚଙ୍କ ଧରଣା । ରାୟଗଡା ଜିଲ୍ଲା ବିଷମ କଟକ ସଦର ପଞ୍ଚାୟତର କାର୍ଯ୍ୟରତ ନିର୍ବାହୀ ଅଧିକାରୀ ତିନି ମାସ ହେବ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ତେଣୁ ଧାରଣା ଦେଇଛନ୍ତି ସଦର ପଞ୍ଚାୟତର ସରପଞ୍ଚ ନମିତା କୁଲସିକା । ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ପାନୀୟଜଳ, ପରିମଳ ବ୍ୟବସ୍ଥା ବିଗିଡି ଯାଇଛି । ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାରେ ମଧ୍ୟ ସମସ୍ୟା ହେଉଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ତେଣୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରି ସ୍ଥାନୀୟ ଲୋକଙ୍କୁ ସାଥିରେ ଧରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସରପଞ୍ଚ । ଯେଉଁ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନହେବ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସରପଂଚ କହିଛନ୍ତି । ଅନ୍ୟପଟେ ଖୁବଶୀଘ୍ର ଘଟଣାର ସମାଧାନ ହେବ ବୋଲି ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରି ଲିଖିତ ପ୍ରତିଶୃତି ଦେଇଛନ୍ତି ।