ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

158

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୨୨ ତାରିଖ ୧୨.୩୦ ରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ରାମ ଜନ୍ମ ଭୂମି ନିର୍ମାଣ ସମିତି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ।

କିଛି ସମୟ ପୂର୍ବରୁ ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମହାରାଜ କହିଥିଲେ କି ଜାନୁଆରୀ ୧୫ ରୁ ୨୪ ତାରିଖ ମଧ୍ୟରେ ଅନୁଷ୍ଠାନ ହେବ । ଏନେଇ କମିଟି ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।

ସୂଚନା ଥାଉକି ୨୦୧୯ ମସିହାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଏକ ଟ୍ରଷ୍ଟ ଦ୍ୱାରା ରାମ ମନ୍ଦିର ପ୍ରତିଷ୍ଠା ନେଇ ମାର୍ଗ ପ୍ରସସ୍ତ ହୋଇଥିଲା । ଏହାସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୂଆ ମସଜିଦ୍ ନିର୍ମାଣ ପାଇଁ ସୁନ୍ନୀ ୱାକଫ୍ ବୋର୍ଡକୁ ୫ ଏକର ଜମି ଆବଣ୍ଟିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।