ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ଡେଡ୍ ଖବରକୁ ଗୁଜବ କହିଲେ ପତ୍ନୀ ଶିଖା : ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା; ଡାକ୍ତର ନିଷ୍ଠାର ସହ କରୁଛନ୍ତି କାମ

171

କନକ ବ୍ୟୁରୋ : କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସମସ୍ତେ ପ୍ରାର୍ଥନା କରୁଛନ୍ତି । ରାଜୁ ଶ୍ରୀବାସ୍ତବ ୧୦ ଦିନ ହେଲା ଏମ୍ସରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଏଯାଏଁ ତାଙ୍କର ଚେତା ଫେରିନାହିଁ । ଏହାରି ଭିତରେ ରାଜୁଙ୍କୁ ନେଇ ଯେଉଁ ବଡ଼ ଖବର ଆସୁଥିଲା ଯେ ତାଙ୍କର ବ୍ରେଡ୍ ପ୍ରାୟତ ଡେଡ୍ ହୋଇସାରିଛି, ତାକୁ ଗୁଜବ ବୋଲି କହିଛନ୍ତି ପତ୍ନୀ ଶିଖା ଶ୍ରୀବାସ୍ତବ । ସେ କହିଛନ୍ତି, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଡାକ୍ତର ତାଙ୍କର କାମକୁ ଦାୟିତ୍ୱର ସହ ତୁଲାଉଛନ୍ତି । ଡାକ୍ତର ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ଉପରେ ପୂରା ଭରସା ଥିବା କହିଛନ୍ତି ରାଜୁଙ୍କ ପତ୍ନୀ ।

ସେ ଆହୁରି କହିଛନ୍ତି ଯେ ରାଜୁ ଜୀବବ ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବେ ଏବଂ ସମସ୍ତଙ୍କ ମନୋରଞ୍ଜନ ପାଇଁ ପୁଣିଥରେ ଫେରିବେ । ଆମକୁ ଆଶୀର୍ବାଦ ଓ ପ୍ରାର୍ଥନାର ଆବଶ୍ୟକତା ରହିଛି ବୋଲି ଶିଖା କହିଛନ୍ତି । ସେହିପରି ରାଜୁଙ୍କ ସାନ ଭାଇ ଦୀପୁ ଶ୍ରୀବାସ୍ତବକ ମଧ୍ୟ ଗୁଜବ ଖବରକୁ ଖଣ୍ଡନ କରିଛନ୍ତି । ଅଗଷ୍ଟ ୧୦ ତାରିଖରେ ଜିମରେ ବ୍ୟାୟାମ କରୁଥିବା ବେଳେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲ ନିଆଯାଇଥିଲା । ଗତ ୯ ଦିନ ହେବ, ରାଜୁଙ୍କ ଚେତା ଫେରିନାହିଁ । ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସାରେ ଦିନରାତି ଲାଗିଛନ୍ତି ।