କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ହାତ ଗୋଡ ହଲାଉଛନ୍ତି । ସ୍ତ୍ରୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଛନ୍ତି । 

90

କନକ ବ୍ୟୁରୋ: ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଏବେ ବି ହସ୍ପିଟାଲରେ ଅଛନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତାର ତାଙ୍କର ଆରୋଗ୍ୟ କାମନା କରୁଛନ୍ତି । ଏହାରି ଭିତରେ ରାଜୁଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ ଅପଡେଟ୍ । ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସକ୍ସେନାଙ୍କ ରାଜୁଙ୍କର ସ୍ୱାସ୍ଥ୍ୟକୁ ନେଇ ବଡ ସୂଚନା ଦେଇଛନ୍ତି ।

ତାଙ୍କ କହିବା ମୁତାବକ, ରାଜୁ ଶ୍ରୀବାସ୍ତବ ଦ୍ରୁତ ଗତିରେ ଭଲ ହେଉଛନ୍ତି । ଏବେ ତାଙ୍କର ହାତକୁ ସେ ହଲାଇବା ସହିତ ଏହାକୁ ଧୀରେ ଧୀରେ ସେ ଚଳପ୍ରଚଳ କରୁଛନ୍ତି । ଖାଲି ସେତିକି ନୁହେଁ, ପତ୍ନୀ ଶିଖା ଶ୍ରୀବାସ୍ତବଙ୍କ ସହିତ ମଧ୍ୟ ସେ ଆଖି ସାହାଯ୍ୟରେ ସମ୍ପର୍କ  କରୁଛନ୍ତି । ତେଣୁ ଖୁବଶୀଘ୍ର ସେ ଭଲ ହେଇ ଫେରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଗତ ୨୭ ଦିନ ହେଲା ରାଜୁ ଶ୍ରୀବାସ୍ତବ ହସ୍ପିଟାଲରେ ଭର୍ତ୍ତି ହେଇ ରହିଛନ୍ତି । ଲଗାତାର ଡାକ୍ତରମାନେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିଛନ୍ତି । ଇନଫକ୍ସେନରୁ ବର୍ତ୍ତିବା ପାଇଁ କେବଳ ତାଙ୍କ ପତ୍ନୀଙ୍କୁ ତାଙ୍କ ପାଖକୁ ଛଡାଯାଉଛି । ତେବେ ତାଙ୍କ ସ୍ତ୍ରୀଙ୍କ କହିବା ମୁତାବକ, ରାଜୁଙ୍କର ହାତକୁ ଛୁଇଁଲେ ସେ ଆଖି ଖୋଲି ଦେଖୁଛନ୍ତି । ଆଉ ହାତ ଗୋଡ ହଲାଇ, ସେ ଖୁବଶୀଘ୍ର ଭଲ ହେଇଯିବେ ବୋଲି ଜଣାଇବାକୁ ଚାହୁଁଛନ୍ତି ।