ରାଜସ୍ଥାନ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା, ଛତିଶଗଡରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ଦଳ

131

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସ ତରଫରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥର ୪୩ ଜଣ ପ୍ରାର୍ଥୀଙ୍କ ନାମ ଜାରି କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ନାମ ସ୍ଥାନ ପାଇଛି ।

କଂଗ୍ରେସ ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକାରେ ୩୩ ଜଣଙ୍କ ଆଶାୟୀଙ୍କ ନାମ ଘୋଷଣା କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରା ଓ ରାଜସ୍ଥାନ ବିଧାନସଭାର ବାଚସ୍ପତି ସିପି ଜୋଶୀଙ୍କ ନାମ ସ୍ଥାନ ପାଇଥିଲା ।

ସେପଟେ ଛତିଶଗଡରେ ଦଳ ତରଫରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରାଯାଇଛି । ଏହି ତାଲିକାରେ ୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏହି ଘୋଷଣା ସହ ଛତିଶଗଡରେ କଂଗ୍ରେସ ତରଫରୁ ସମସ୍ତ ଆସନ ପାଇଁ ପ୍ରାଥୀଙ୍କ ନାମ ଘୋଷଣା ହୋଇଗଲା । ରାୟପୁର ଆସନ ପାଇଁ କଂଗ୍ରେସ କୁଲଦୀପ ଜୁନେଜାଙ୍କୁ ପ୍ରାର୍ଥୀ କରିଛି ।