ଭୋଟ ଗଣତି ପୂର୍ବରୁ ଆସିଲା ‘ଜନ୍ କି ବାତ୍’ ର ପୂର୍ବାନୁମାନ ରିପୋର୍ଟ । ଜାଣନ୍ତୁ ରାଜସ୍ଥାନରେ କିଏ ଗଢିପାରେ ସରକାର

896

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ୩ ତାରିଖରେ ଆସିବାକୁ ଯାଉଛି ନିର୍ବାଚନ ଫଳାଫଳ । ତା ପୂର୍ବରୁ କିଛି ସର୍ଭେ ସଂସ୍ଥା ସେମାନଙ୍କର ଆଗୁଆ ଆକଳନ ରିପୋର୍ଟ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ହେଲେ ତେଲେଙ୍ଗାନା ଓ ମିଜୋରମରେ ଆଞ୍ଚଳିକ ଦଳମାନଙ୍କର ଦବଦବା ରହିପାରେ ।

‘ଜନ୍ କି ବାତ୍’ ର ପୂର୍ବ ଆକଳନ ମୁତାବକ ରାଜସ୍ଥାନରେ ବିଜେପି ସରକାର ଗଠନ କରିବାର ସମ୍ଭାବନା ରହିଛି । ଏଠାରେ ବିଜେପିକୁ ୧୧୧ ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । ସେହିଭଳି କଂଗ୍ରେସକୁ ୭୪ ଓ ଅନ୍ୟାନ୍ୟ ଦଳମାନଙ୍କୁ ୧୪ ଟି ଆସନ ମିଳିପାରେ । ମଧ୍ୟପ୍ରଦେଶରେ ବିଜେପିକୁ ୧୧୬ ଓ କଂଗ୍ରେସକୁ ୧୧୧ ଆସନ ମିଳିପାରେ ବୋଲି ଅନୁମାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଦଳଙ୍କୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି ।

ଯଦି ଆମେ ପୂର୍ବ ନିର୍ବାଚନ କଥା ଦେଖିବା ତେବେ ୨୦୧୮ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ବିଜେପିକୁ ୭୩ ଓ କଂଗ୍ରେସକୁ ୧୦୦ ଟି ଆସନ ମିଳିଥିଲା । ସେହିଭଳି ମଧ୍ୟପ୍ରଦେଶରେ ବିଜେପିକୁ ୧୬୫ ଓ କଂଗ୍ରେସକୁ ୮ଟି ଆସନ ମିଳିଥିଲା ।